Latest Odisha News

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍

ଆନନ୍ଦପୁର : ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  । ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ସ୍କୁଟି ଯୋଗେ ଫରୁଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ଏବଂ  ବନ୍ଧୁକ ଦେଖାଇ ତାଙ୍କଠାରୁ ସୁନାଗହଣା, ଟଙ୍କା ଓ ମୋବାଇଲ ଇତ୍ୟାଦି ଲୁଟି ନେଇଥିଲେ ।  ଶିକ୍ଷୟିତ୍ରୀ ଜଣକ ନିବେଦିତା ପାତ୍ର ବୋଲି ଜଣାପଡିଛି  ।

ନିବେଦିତା ପଢିଆପଲ୍ଲୀ ହାଇସ୍କୁଲରୁ ନିଜ ଗାଁ ମଟରା ଗାଡିଆକୁ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି  । ଦୁର୍ବୁତ୍ତ ମାନେ ନିବେଦିତାଙ୍କଠାରୁ ସୁନା ଚେନ୍ , ମୁଦି , ମୋବାଇଲ ଓ ନଗଦ ଦୁଇ ହଜାର ଟଙ୍କା , ସ୍କୁଟି ଚାବି ଲୁଟିନେଇଥିଲେ । ସେପଟେ ଘଟଣାକୁ ନେଇ ନିବେଦିତା ସୋସୋ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.