Latest Odisha News

BREAKING NEWS

ଏମସିଡି କର୍ମଚାରୀଙ୍କୁ କେଜ୍ରିଓ୍ୱାଲଙ୍କ ଦୀପାବଳୀ ଭେଟି

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏମସିଡି (MCD) କର୍ମଚାରୀଙ୍କୁ ଭେଟି ଦେବାକୁ ନିଷ୍ପତ୍ତି । ସିଏମ କେଜ୍ରିୱାଲ ନିଜେ ଆଜି ଲାଇଭ୍ ଆସି କର୍ମଚାରୀମାନଙ୍କୁ ବୋନସ୍ ଦେବାକୁ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ, ମ୍ୟୁନିସିପାଲିଟି କର୍ପୋରେସନ କର୍ମଚାରୀ (MCD)ମାନେ ତାଙ୍କ ପରିବାରର ଏକ ଅଂଶ । ଏମସିଡିରେ ତାଙ୍କ ସରକାର କ୍ଷମତାକୁ ଆସିବା ପରେ କର୍ମଚାରୀମାନେ ସେମାନଙ୍କ ଦରମା ଠିକ୍ ସମୟରେ ପାଇବା ଆରମ୍ଭ କରିଛନ୍ତି ।

କେଜ୍ରିୱାଲ କହିଛନ୍ତି, ତାଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ନିଗମର ସମସ୍ତ ଗ୍ରୁପ୍ ଡି, ସି ଏବଂ ଗ୍ରୁପ୍ ବି ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ଦୀପାବଳୀ ବୋନସ୍ ଭାବରେ ୭ ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହିତ ଗେଜେଟେଡ କର୍ମଚାରୀଙ୍କୁ ୧୨ ହାଜର ଟଙ୍କା ବୋନସ୍ ମଧ୍ୟ ଦିଆଯିବ । ଯେପର୍ଯ୍ୟନ୍ତ କର୍ମଚାରୀ ମାନଙ୍କ ଭାଇ କେଜ୍ରିୱାଲ କ୍ଷମତାରେ ଅଛନ୍ତି ସେପର୍ଯ୍ୟନ୍ତ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ।

ବୋନସ ଘୋଷଣା କରିବା ସହିତ କେଜ୍ରିୱାଲ ମଧ୍ୟ ଏହି ଟଙ୍କା କିପରି ବ୍ୟବହାର କରିବେ ତାହା ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ବୋନସରୁ ମିଳିଥିବା ଟଙ୍କା ସହିତ କର୍ମଚାରୀମାନେ ସେମାନଙ୍କ ପିଲାମାନଙ୍କ ପାଇଁ ମିଠା ଏବଂ ପୋଷାକ ଆଣିବା ଉଚିତ୍ । ଏହା ସହିତ ପିଲା ଏବଂ ପରିବାରକୁ ମଧ୍ୟ କୁହନ୍ତୁ ଯେ ଏସବୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଦ୍ୱାରା ପଠାଯାଇଛି ।

ଦିଲ୍ଲୀ ସିଏମ୍ କହିଛନ୍ତି ଯେ ଏମସିଡିରେ ତାଙ୍କ ସରକାର ଗଠନ ହେବା ପରେ ଏହି ବ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ୧୪ ବର୍ଷ ପରେ ପ୍ରଥମ ଥର ପାଇଁ କର୍ମଚାରୀମାନେ ଠିକ୍ ସମୟରେ ଦରମା ପାଉଛନ୍ତି । ୬ ହଜାରରୁ ଅଧିକ ଅଣ-ଗେଜେଟେଡ କର୍ମଚାରୀଙ୍କ ଚାକିରି ନିଶ୍ଚିତ ହୋଇଛି । କେଜ୍ରିୱାଲ କହିଛନ୍ତି ଯେ ଯଦି କର୍ମଚାରୀମାନେ ଖୁସି ଅଛନ୍ତି ତେବେ ସେମାନେ ମନ ଦେଇ କାମ କରିବେ ।

Leave A Reply

Your email address will not be published.