Latest Odisha News

ୱିମ୍ବେଲଡନ: ବୋପାନ୍ନା-ଏବଡେନ ସେମିରେ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲ ଆଶା ଉଜ୍ଜୀବୀତ କରିଛନ୍ତି । କ୍ୱାର୍ଟରରେ ସେମାନେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡଚ ଯୋଡୀ ଟାଲାନ ଗ୍ରୀକ୍ସପୁର ଓ ବାର୍ଟ ଷ୍ଟିଭେନ୍ସଙ୍କୁ ୬-୭(୬-୩), ୭-୫ ଓ ୬-୨ ସେଟରେ ପରାସ୍ତ କରିଥିଲେ । ୪୩ ବର୍ଷୀୟ ବୋପାନ୍ନା କ୍ୟାରିୟରରେ ତୃତୀୟ ଥର ପାଇଁ ୱିମ୍ବେଲଡନ ଓ ଓଭରାଲ ୪ର୍ଥ ଥା ପାଇଁ ଗ୍ରାଣ୍ଡସ୍ଲାମ ମୁକାବିଲାର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୨୦୧୦ ୟୁଏସ ଓପନ ପୁରୁଷ ଡବଲ୍ସରେ ସେ ରନର୍ସଅପ ହୋଇଥିଲେ ।

ସେମିରେ ବୋପାନ୍ନା-ଏବଡେନ ଯୋଡି ନେଦରଲାଣ୍ଡର ୱେସଲେ କୁଲହଫ ଓ ବ୍ରିଟେନର ନୀଲ ସ୍କୁପସିଙ୍କୁ ଭେଟିବେ । ବୋପାନ୍ନା-ଏବଡେନ ସଂଘର୍ଷପୂର୍ଣ୍ଣ ପ୍ରଥମ ସେଟ ଜିତିବା ପରେ ଦ୍ୱିତୀୟ ସେଟକୁ ଜିତି ପ୍ରତିଦ୍ୱନ୍ଦ୍ୱୀ ମ୍ୟାଚରେ ରୋମାଂଚ ଭରିଥିଲେ । ତେବେ ନିର୍ଣ୍ଣାୟକ ସେଟରେ ବୋପାନ୍ନା ଏବଂ ସାଥୀ ବାଜି ମାରିବା ସହ ମ୍ୟାଚକୁ ଜିତି ନେଇଥିଲେ ।

Leave A Reply

Your email address will not be published.