Latest Odisha News

BREAKING NEWS

ନବ ଦାସ ହତ୍ୟାକାଣ୍ଡ: କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା: କିଛି ଦିନ ହେବ କ୍ୟବିନେଟ ରାଙ୍କ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମନରୁ ଲିଭି ଯାଇଥିବାବେଳେ ଆଜି ପୁଣି ଏହାକୁ ନେଇ ଚର୍ଚ୍ଚା ଜୋର ଧରିିଛି ।   କାରଣ ଆଜି ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଛି ପୋଲିସ ।  ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ  ହାଜର ହୋଇଛି ନବ ଦାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ।   ଗତକାଲି କଡ଼ା ସୁରକ୍ଷାବଳୟରେ ଗୋପାଳ ଦାସକୁ କଟକରୁ ଝାରସୁଗୁଡ଼ା ନେବା ପରେ ଗୁରୁବାର ତାକୁ କୋର୍ଟରେ  ହାଜର କରାଯାଇଛି ।

ମିିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କ୍ରାଇମ ବ୍ରାଞ୍ଚର ଏକ ଟିମ ମୁଖ୍ୟ ଅଭିଯୁକ୍ତ ନବ ଦାସଙ୍କୁ ଓଏସଏପି ବାଟାଲିଅନରୁ କଡା ସୁରକ୍ଷା ମଧ୍ୟରେ ଝାରସୁଗୁଡା ଜିଲ୍ଲା ଜଜଙ୍କ କାର୍ଯ୍ୟାଳୟରେ ଥିବା ଜେଏମଏଫସି କୋର୍ଟକୁ ଆଣିଥିଲେ । ଗୋପାଳ ଦାସ ଏବେ କଟକ ଚୌଦ୍ୱାର ସର୍କଲ ଜେଲରେ ରହୁଛନ୍ତି ।

ସୂଚନାଥାଉ କି, ଜାନୁଆରୀ ୨୯ରେ ବ୍ରଜରାଜନଗରରେ ଏଏସଆଇ ଗୋପାଳ ଦାସ ପୋଲିସ ଡ୍ରେସରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ।   ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷେ ଘଟଣାସ୍ଥଳରେ ହିଁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ । ସେହିଦିନ ହିଁ ତଦନ୍ତ ଭାର ହାତକୁ ନେଇଥିଲା କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ମେ ୨୬ ତାରିଖରେ ଝାରସୁଗୁଡା ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଏକ ଚାର୍ଜସିଟ ଦାଖଲ କରିଥିଲା । ଗୋପାଳ ଦାସ ଏକାକୀ ଏହି ହତ୍ୟା ଯୋଜନା କରିଥିବା ଏଥିରେ ଉଲ୍ଲେଖ କରାଯାଇଥିଲା । ହତ୍ୟାକାଣ୍ଡ ସମୟରେ  ତାଙ୍କର ମାନସିକ ସ୍ଥିତି ଭଲ ଥିଲା  ବୋଲି ମଧ୍ୟ ଚାର୍ଜସିଟରେ ଲେଖା ଯାଇଥିଲା ।  ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେବାର ଇତି ମଧ୍ୟରେ ୫ ମାସ ବିତିଯାଇଥିଲେ ହେଁ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳି କଲା, ଏ ନେଇ ମୁହଁ ଖୋଲିନ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.