Latest Odisha News

ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ରଣଜୀ ଖେଳିବେ ରୋହିତ

ମୁମ୍ବାଇ: ଭାରତୀୟ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ରଣଜୀ ମ୍ୟାଚ ଖେଳିବେ । ଆନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ରୋହିତ ଫର୍ମକୁ ଫେରିବାକୁ ଚାହୁଁଛନ୍ତି । ସେ ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ମୁମ୍ବାଇ ପକ୍ଷରୁ ଖେଳିବେ । ୨୩ ଜାନୁୟାରୀରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମ୍ୟାଚରେ ରୋହିତ ପଡିଆକୁ ଓହ୍ଲାଇବେ । କୌଣସି ଖେଳାଳିତ ଘରୋଇ କ୍ରିକେଟକୁ କେବେ ହେଲେ ହାଲକାରେ ନେଇ ନ ଥାଏ ବୋଲି ରୋହିତ କହିଛନ୍ତି । ଆପଣମାନେ ଯଦି ଆମର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଉପରେ ନଜର ପକାଇବେ ତେବେ ୪୫ ଦିନରୁ ଅଧିକ ଆମେ ଘରେ ରହି ନାହୁଁ । ଆଇପିଏଲ ପରେ ଅବଶ୍ୟ କିଛି ଦିନ ବିଶ୍ରାମ ମିଳିଥାଲ ।

ଘରୋଇ କ୍ରିକେଟ ଅକ୍ଟୋବରରୁ ଆରମ୍ଭ ହୋଇ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥାଏ । ୨୦୧୯ ପରଠାରୁ ମୁଁ କ୍ରମାଗତ ଟେଷ୍ଟ କ୍ରିକେଟ ଖେଳି ଆସୁଛି ବୋଲି ସେ କହିଛନ୍ତି । ନିକଟରେ ୩୭ ବର୍ଷୀୟ ଏହି ଷ୍ଟାର ବ୍ୟାଟ୍ସମ୍ୟାନ ୧୫ଟି ଇନିଂସରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ମଙ୍ଗଳବାର ୱାଙ୍ଖେଡରେ ମୁମ୍ବାଇ ଟିମ ସହିତ ଅଭ୍ୟାସ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରୋହିତ ୫ଟି ମ୍ୟାଚରେ ୩୧ ରନ କରିଥିଲେ । ସିରିଜ ପରେ ସେ ଅବସର ନେବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା କିନ୍ତୁ ରୋହିତ ଏହାକୁ ଖଣ୍ଡନ କରିଥିଲେ ।

Comments are closed.