Latest Odisha News

କେଜ୍ରିୱାଲଙ୍କ ନୂଆ ପ୍ରତିଶ୍ରୁତି; ଦିଲ୍ଲୀର ଭଡାଟିଆଙ୍କୁ ମିଳିବ ମାଗଣା ବିଦ୍ୟୁତ୍ ଓ ପାଣି

ନୂଆଦିଲ୍ଲୀ: ଦିଲ୍ଲୀରେ ଭଡାଟିଆମାନଙ୍କୁ ମାଗଣା ବିଦ୍ୟୁତ୍ ଏବଂ ପାଣି ମିଳିବ। ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି ଯେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଯଦି ଆପ୍ ସରକାର ଗଠନ କରେ ତାହେଲେ ଭଡାଟିଆଙ୍କୁ ମାଗଣା ବିଦ୍ୟୁତ୍ ଏବଂ ପାଣି ଯୋଗାଇ ଦିଆଯିବ।

ସେ ଆହୁରି ମଧ୍ଯ କହିଛନ୍ତି ଯେ ଭଲ ସ୍କୁଲ ଏବଂ ହସ୍ପିଟାଲ ସମସ୍ତଙ୍କ ପାଇଁ। ସେମାନଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ । କିନ୍ତୁ ଭଡାଟିଆମାନେ ମାଗଣା ବିଦ୍ୟୁତ୍ ଏବଂ ପାଣି ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ଏସବୁ ଜିନିଷର ଫାଇଦା ମିଳିବା ଉଚିତ । ତେବେ କେଜ୍ରିୱାଲ ନିର୍ଦ୍ଦିଷ୍ଟ ଭାବରେ ପୂର୍ବାଞ୍ଚଳରୁ ଆସିଥିବା ଭଡାଟିଆଙ୍କ ବିଷୟରେ ପ୍ରକାଶ କରିଥିଲେ।

ଦିଲ୍ଲୀବାସୀଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବ । ସେହିପରି ୨୦୦ ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ଅଧାଚାର୍ଜ ଲାଗିବ । କିନ୍ତୁ ଭଡାଟିଆମାନଙ୍କୁ ଏହାର ଲାଭ ମିଳୁନାହିଁ । ସେମାନଙ୍କୁ ମଧ୍ୟ ମାଗଣା ବିଜୁଳି ଏବଂ ପାଣି ମିଳିବା ଦରକାର । ଏହାକୁ ଦୃଷ୍ଟିରେ ରଖି ଆମ ସରକାର ଯୋଜନା କରିବାକୁ ପ୍ରସ୍ତୁତ ରହିଛି।

ଅପରପକ୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃଆରୀ ୫ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ରେଜଲ୍ଟ ଫେବୃଆରୀ ୮ରେ ଘୋଷଣା କରାଯିବ।

Comments are closed.