Latest Odisha News

BREAKING NEWS

୪୦୦ରୁ ଅଧିକ ଛକା ମାରି ରେକର୍ଡ଼ କଲେ ରୋହିତ ଶର୍ମା !

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ରୋହିତ ଶର୍ମା ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ୪୦୦ରୁ ଅଧିକ ଛକା (୩୫୪ ମ୍ୟାଚରେ) ମାରିଛନ୍ତି । ଭାରତ ଇନିଂସର ତୃତୀୟ ଓଭରରେ ସେ ଶେଲ୍ଡନ କାଟରେଲଙ୍କୁ ଛକା ମାରି ଏହି କୀର୍ତିମାନ ହାସଲ କରିଛନ୍ତି ।

ରୋହିତ ୩୪ ବଲରେ ୭୧ ରନ ସଂଗ୍ରହ କରି ଟିମ୍ ଇଣ୍ଡିଆ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହର କରିଥିଲେ । ସର୍ବାଧିକ ଛକା ମାରିବାରେ ସେ ଓଭରାଲ ସେ ତୃତୀୟ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜ କ୍ରିସ ଗେଲ୍ ଓ ପାକିସ୍ତାନର ଶାହିଦ ଆଫ୍ରିଦୀ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗେଲ୍ ୫୩୪ ଓ ଆଫ୍ରିଦୀ ୪୭୬ ଛକା ମାରିଛନ୍ତି ।
ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀ ୫୩୮ ମ୍ୟାଚରେ ୩୫୯ ଓ ସଚିନ ତେନ୍ଦୁଲକର ୬୬୪ ମ୍ୟାଚରେ ୨୬୪ ଛକା ମାରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ସେମାନଙ୍କ ପଛକୁ ଯୁବରାଜ ସିଂ (୨୫୧), ସୌରଭ ଗାଙ୍ଗୁଲି (୨୪୭) ଛକା ମାରିଛନ୍ତି ।

Leave A Reply

Your email address will not be published.