Latest Odisha News

BREAKING NEWS

୩୭ ବର୍ଷ ତଳର ଅମରନାଥଙ୍କ ରେକର୍ଡ ଭାଙ୍ଗିବେ ରୋହିତ

ନୂଆଦିଲ୍ଲୀ: ଜୁନ ୧୩ରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦିିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଏଥିସହ ଟିମଇଣ୍ଡିଆର ଦିନିକିଆ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହେବ । ଏହି ସିରିଜରେ ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏକ ବଡ ରେକର୍ଡ କରିବାକୁ ଯାଉଛନ୍ତି । ସେ ପ୍ରଥମ ମ୍ୟାଚ ଖେଳିବା ପାଇଁ ପଡିଆରେ ପାଦ ଦେବା ମାତ୍ରେ ଏହି ଉପଲବ୍ଧି ହାସଲ କରିବେ । ରୋହିତଙ୍କୁ ଏବେ ୩୯ ବର୍ଷ ୪୨ ଦିନ ହୋଇଛି । ସେ ଧର୍ମଶାଳାରେ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଲେ ଭାରତର ବୟୋଜ୍ୟେଷ୍ଠ ଖେଳାଳି ପାଲଟିଯିବେ ।

ତାଙ୍କ ପୂର୍ବରୁ ଏହି ରେକର୍ଡ ମହିନ୍ଦର ଅମରନାଥଙ୍କ ନାମରେ ଥିଲା । ୧୯୮୯ରେ ଅମରନାଥ ୩୯ ବର୍ଷ ୪୪ ଦିନରେ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ । ଆଫଗାନିସ୍ତାନ ବିପକ୍ଷ ଦିନିକିଆରେ ରୋହିତଙ୍କ ଆଭରେଜ ଭଲ ରହିଛି । ସେ ୭୫ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ସେ ୩ଟି ମ୍ୟାଚ ଖେଳି ୧୫୦ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ମଧ୍ୟ ରହିଛି । ରୋହିତ ଦିନିକିଆ ବିଶ୍ୱକପ ୨୦୨୭ ଖେଳିବା ପାଇଁ ଚାହୁଁଛନ୍ତି । ଚୟନ କମିଟି ତାଙ୍କ ଫର୍ମ ଏବଂ ଫିଟନେସ ଉପରେ ବିଶେଷ ନଜର ରଖିଛି । ରୋହିତ ଯଦି ଭଲ ପ୍ରଦର୍ଶନ କରିବେ ତାଙ୍କର ଖେଳିବା ସ୍ଥିିତି ମଜଭୁତ ହେବ ।

Leave A Reply

Your email address will not be published.