ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଶୋଚନୀୟ ଭାବେ ପରାଜୟବରଣ କରିଥିଲା । ଏବେ ବିସିସିଆଇ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାବିଚିନ୍ତି ଯୋଜନା ପ୍ରସ୍ତୁତ କରୁଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଂଲଣ୍ଡ ଗସ୍ତ ପାଇଁ ୩୫ ଜଣିଆ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ବିସିସିଆଇ ରୋହିତ ଶର୍ମାଙ୍କ ଉପରେ ଭରୋଷା ରଖିଛି । ଏପରିକି ସେ ଅଧିନାୟକ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ରିପୋର୍ଟ ମୁତାବକ କରୁଣ ନାୟାରଙ୍କ ଏଂଟ୍ରି ହୋଇପାରେ । କରୁଣଙ୍କ ଉପସ୍ଥିତି ଭାରତର ମିଡିଲ ଅର୍ଡର ସମସ୍ୟାକୁ ସମାଧାନ କରିବ ବୋଲି ଆଶା କରାଯାଉଛି ।
ସେହିପରି ୫ ଏବଂ ଷଷ୍ଠ ସ୍ଥାନ ପାଇଁ କରୁଣଙ୍କ ବ୍ୟତୀତ ରଜତ ପାଟୀଦାରଙ୍କ ନାମ ନେଇ ଆଲୋଚନା ହୋଇଛି । ସର୍ଫରାଜ ଖାଁଙ୍କ ଉପରେ ଏତେଟା ଭରୋଷା ବ୍ୟକ୍ତ କରାଯାଇ ପାରୁନି । ତୃତୀୟ ଓପନର ଭାବେ ସାଈ ସୁଦର୍ଶନ ଆଗରେ ରହିଛନ୍ତି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଶ୍ରେୟାଶ ଆୟାର ଓ ଅକ୍ଷର ପଟେଲଙ୍କ ନାମ ଉପରେ ମୋcହର ବସିନି । ଜାଡେଜାଙ୍କ ବିକଳ୍ପ ଭାବେ ଅକ୍ଷର ଆଗରେ ଥିଲେ ମଧ୍ୟ ବିସିସିଆଇ ଗୁରୁତ୍ୱ ନ ଦେବା ବୁଝା ପଡୁନି । ଅଧିକାଂଶ ଖେଳାଳି ଇଣ୍ଡିଆ ଏ ଟିମ ସହ ଇଂଲଣ୍ଡ ଗସ୍ତରେ ଯାଇ ପାରନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।
Comments are closed.