Latest Odisha News

BREAKING NEWS

ଅଧୁରା ରହିଲା ରୋନାଲ୍ଡୋଙ୍କ ବିଶ୍ୱକପ୍ ହାତେଇବା ଆଶା…

ନୂଆଦିଲ୍ଲୀ: ଅଧୁରା ରହିଲା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ ହାତେଇବା ଆଶା। ତାଙ୍କ ନାମ ସହିତ ଆଉ “ବିଶ୍ୱ ଚାମ୍ପିଅନ୍” ଉପାଧି ଯୋଡ଼ି ହେବ ନାହିଁ। ମଙ୍ଗଳବାର ସ୍ପେନ୍ ପର୍ତ୍ତୁଗାଲକୁ ୧-୦ରେ ପରାସ୍ତ କରି ଫିଫା ବିଶ୍ୱକପ୍ ୨୦୨୬ରୁ ବାହାର କରିଦେଇଛି।

ଏହି ପର୍ତ୍ତୁଗାଲ ଷ୍ଟାର୍ ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ଏହା ତାଙ୍କର ଶେଷ ବିଶ୍ୱକପ୍ ହେବ। ତେବେ ଏହା କେବଳ ରୋନାଲ୍ଡୋଙ୍କ ପାଇଁ ନୁହେଁ ବରଂ ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ମୁହୂର୍ତ୍ତ। ରୋନାଲ୍ଡୋ ପଡ଼ିଆରେ ଲୁହ ଭିଜା ଆଖିରେ ବିଦାୟ ନେଇଥିଲେ। ଏଥିସହିତ ଡାଲାସ୍ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବା ତାଙ୍କ ପ୍ରଶଂସକମାନେ ସେମାନଙ୍କ ଲୁହକୁ ରୋକିପାରିନଥିଲେ।

୪୧ ବର୍ଷୀୟ ରୋନାଲ୍ଡୋଙ୍କ ବିଶ୍ୱକପ୍ ଜିତିବାର ସ୍ୱପ୍ନ ଭାଙ୍ଗିଯାଇଛି। ତାଙ୍କ କ୍ୟାରିଅରରେ ପ୍ରାୟ ପ୍ରତ୍ୟେକ ପ୍ରମୁଖ ଟାଇଟଲ୍ ଏବଂ ପୁରସ୍କାର ଜିତିଥିବା ରୋନାଲ୍ଡୋଙ୍କ ବିଶ୍ୱକପ୍ ଟ୍ରଫି ସ୍ୱପ୍ନ ଧୂଳିସାତ୍ ହୋଇଯାଇଛି। ମ୍ୟାଚ୍ ପରେ ତାଙ୍କ ଲୁହ ଭିଜା ଆଖିରୁ ସ୍ପଷ୍ଟବାରୀ ହେଉଥିଲା ଯେ ସେ କେତେ ନିରାଶ ଏବଂ ଦୁଃଖୀ ଥିଲେ।

Comments are closed.