ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହଣାକଟା। ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ। ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତା ରାତିରେ ଆକ୍ରମଣ କରିଛି କିଛି ଦୃର୍ବୁତ୍ତ।ଲକ୍ଷ୍ମୀସାଗର ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ଆକ୍ରମଣ ଘଟଣା ଘଟିଛି। ଏହି ଘଟଣାରେ ଉକ୍ତ ଦୋକାନୀ ଆହତ ହୋଇଥିବା ବେଳେ ଆଉ ଜଣେ ମହିଳା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ଅପରପକ୍ଷରେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ରକ୍ତ ଜୁଡୁବୁଡୁ ଦୁଇ ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସେହିପରି ଉକ୍ତ ଆହତ ଯୁବକଙ୍କ ନାମ ଉଦୟ କିରଣ ବୋଲି କୁହାଯାଉଛି। ସେ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ତେବେ ଘଟଣା ପଛରେ ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି ସେନେଇ ପୋଲିସ ତଦନ୍ତ କରୁଛି ।