Latest Odisha News

BREAKING NEWS

ମୋହନବାଗାନ ନିକଟରୁ ଓଡିଶା ଏଫସିର ଶୋଚନୀୟ ପରାଜୟ

ବାମ୍ବୋଲିମ୍‌: ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ପୁନର୍ବାର ଓଡିଶା ଏଫସିର ଆଉ ଏକ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଶନିବାର ଅନୁଷ୍ଠିତ ମୁକାବିଲାରେ ମୋହନବାଗାନ ଏଟିକେ ୪-୧ ଗୋଲରେ ଓଡିଶାକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ମୋହନବାଗାନ ପ୍ରଭାବ ବିସ୍ତାର କରି ଖେଳିଥିଲେ । ମାନବୀର ସିଂ ମ୍ୟାଚର ୧୧ତମ ଓ ୫୪ତମ ମିନିଟରେ ଏବଂ ରୟ କ୍ରିଷ୍ଣା ୮୩ତମ ଓ ୮୬ତମ ମିନିଟରେ ମୋହନବାଗାନ ପକ୍ଷରୁ ଗୋଲ ସ୍କୋର କରିଥିଲେ ।

କୋଲ ଆଲେକଜାଣ୍ଡର ୪୫ତମ ମିନିଟରେ ଓଡିଶା ପକ୍ଷରୁ ସାନ୍ତ୍ୱାନାମୂଳକ ଗୋଲଟି ସ୍କୋର କରିଥିଲେ । ବିଜୟ ସହ ମୁମ୍ବାଇସିଟି ଓ ମୋହନବାଗାନ ମଧ୍ୟରେ ପଂଏଟ ଟେବୁଲରେ କଡା ମୁକାବିଲା ଦେଖିବାକୁ ମିଳୁଛି । ପ୍ରଭାବୀ ପ୍ରଦର୍ଶନ ପାଇଁ ମାନବୀର ହୀରୋ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

Leave A Reply

Your email address will not be published.