Latest Odisha News

BREAKING NEWS

ଚୀନଠାରୁ ଯୁଦ୍ଧ ଜାହାଜ କିଣିବ ପାକିସ୍ତାନ

ଆଦିଲ୍ଲୀ : ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ଚୀନ୍‌ ଠାରୁ ଆଣିବ ୪ଟି ଆଧୁନିକ ଯୁଦ୍ଧପୋତ ଓ ୮ଟି ବୁଡ଼ାଜାହାଜ । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ନୌସେନା ମୁଖ୍ୟ । ପାକିସ୍ତାନ ନୌସେନା ପାଇଁ ଜାନୁଆରି ୨୯ ତାରିଖ ଦିନ ଚୀନ ଦ୍ବିତୀୟ ଟାଇପ୍‌ ୦୫୪ ଏପି ବହୁମୁଖୀ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧପୋତ ନିର୍ମାଣ ଆରମ୍ଭ କରିଛି ।

ଚାଇନା ପାଖରେ ଏପରି ୩୦ଟି ଯୁଦ୍ଧପୋତ ରହିଛି । ଚୀନ ନୌସେନା ବିଶେଷଜ୍ଞମାନେ କହନ୍ତି, ଟାଇପ୍‌ ୦୫୪୧ ଉପରେ ଆଧାରିତ ଟାଇପ୍‌ ୦୫୪ ଏପି ହେଉଛି ବିକଶିତ ରାଡାର୍‌ ସିଷ୍ଟମ୍‌ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପଣ ବ୍ୟବସ୍ଥା ଥିବା ସବୁଠୁ ଉନ୍ନତ ଯୁଦ୍ଧପୋତ ।

୨୦୧୭ରେ ୪ଟି ଟାଇପ୍‌ ୦୫୪ ଏପି ଯୁଦ୍ଧପୋତ ନିର୍ମାଣ କରିବା ଲାଗି ପାକିସ୍ତାନ ନୌସେନା ଚୀନ୍‌ ସହ ଚୁକ୍ତି କରିଥିଲା । ୨୦୨୦ ଅଗଷ୍ଟରେ ପ୍ରଥମ ଯୁଦ୍ଧପୋତର ନିର୍ମାଣ ଆରମ୍ଭ କରିଛି ଚୀନ । ଏହାସହ ଆଧୁନିକ ହେଲିକପ୍ଟର୍‌ ଏବଂ ଗଭୀର ଜଳରାଶି ମଧ୍ୟରେ ରହି ଯୁଦ୍ଧ କରିବା ଭଳି ବୁଡ଼ାଜାହାଜ ମଧ୍ୟ କିଣାଯିବ ବୋଲି ପାକିସ୍ତାନ କହିଛି ।

Leave A Reply

Your email address will not be published.