Latest Odisha News

BREAKING NEWS

ଓଡ଼ିଶା ଆସୁଛି ମହାବଳ ବାଘ: ମଧ୍ୟପ୍ରଦେଶରୁ ମହାବଳ ବାଘ ଓଡ଼ିଶା ସ୍ଥାନାନ୍ତରୀତ ହେଉଛି

ଭୁବନେଶ୍ୱର : ମହାବଳ ବାଘ ଗାଡ଼ିରେ ଆସୁଛି । ମଧ୍ୟପ୍ରଦେଶରୁ ମହାବଳ ବାଘ ତା’ର ଯାତ୍ରାରମ୍ଭ କରିସାରିଛି । ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରୁ ଅନୁଗୁଳର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନକୁ ସ୍ଥାନାନ୍ତରିତ ହେଉଛି । ଭାରତରେ କୌଣସି ବାଘ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେବା ପ୍ରଥମ ଘଟଣା ।

ଆଜି ସନ୍ଧ୍ୟାବେଳେ ମହାବଳ ବାଘଟି ଅନୁଗୁଳ ସାତକୋଶିଆରେ ପହଞ୍ଚିଯିବ । ସେଥିଲାଗି ସାତକୋଶିଆରେ ଥିବା ବନବିଭାଗର ଅଧିକାରୀମାନେ ବ୍ୟାଘ୍ରଟିର ଯତ୍ନ ନେବାଲାଗି ତତ୍ପର ହୋଇଉଠିଛନ୍ତି । ମହାବଳ ବାଘଟିର ଖାଦ୍ୟ ସାମଗ୍ରୀ ସହିତ ରକ୍ଷଣାବେକ୍ଷଣ ସୁବିଧା ବହୁ ପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ହୋଇସାରିଛି ବୋଲି ସାତକୋଶିଆରେ ଅବସ୍ଥାପିତ ବନବିଭାଗ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ମଧ୍ୟପ୍ରଦେଶର ସେହି ମହାବଳ ବାଘ ସାଙ୍ଗରେ କିଛି ପଶୁଡ଼ାକ୍ତର ଏବଂ ବନବିଭାଗ କର୍ମଚାରୀ ମଧ୍ୟ ସ୍ୱତନ୍ତ୍ର ଯାନରେ ରହିଛନ୍ତି ।

ସାତକୋଶିଆରେ ଯେଉଁଠାରେ ବ୍ୟାଘ୍ର ସଂରକ୍ଷଣ କରାଯାଉଛି, ସେଠାରେ ଜନବସତିକୁ ସ୍ଥାନାନ୍ତରୀତ କରାଯାଇ ସ୍ୱତନ୍ତ୍ର ଜାଲି ବ୍ୟବସ୍ଥା କରାଯାଇଛି । ଆଗକୁ ମଧ୍ୟପ୍ରଦେଶରୁ ଆହୁରି ୪/୫ଟି ବାଘ ଆସିବାର ଯୋଜନା ରହିଛି ବୋଲି ସାତକୋଶିଆ ବନ ବିଭାଗ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.