Latest Odisha News

BREAKING NEWS

ବାରବାଟୀ ଜମି ହେରଫେର ପ୍ରସଙ୍ଗ: ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚରା !

କଟକ/ଭୁବନେଶ୍ୱର : ବାରବାଟୀ ଜମି ହେରଫେର ଘଟଣା ପୁନର୍ବାର ଚର୍ଚ୍ଚାକୁ ଆସିଛି । ଗୁରବାର ଦିନ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜିତ ସାମଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ।

ପୂର୍ବରୁ ସଂଜିତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଇଡ଼ି କାର୍ଯ୍ୟାଳୟରେ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ ବାରବାଦୀ ଜମି ହେରଫେର ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଛନ୍ଦି ହୋଇପଡ଼ିଥିଲେ । ଅବଶ୍ୟ ସେବେ ତାଙ୍କ ଜ୍ୱାଇଁଙ୍କ ନାମ ଚର୍ଚ୍ଚାକୁ ଆସିଥିଲା, କିନ୍ତୁ ତଦନ୍ତ ପରିସରରେ ରହିଥିବା କଥା ଅଛପା ରହିଥିଲା । ଆଜି ଇଡ଼ିରେ ହାଜର ହେବାପରେ ଏନେଇ ଦୈତନଗରୀ କଟକ ଓ ଭୁବନେଶ୍ୱରରେ ବେଶ୍ ଚର୍ଚ୍ଚା ଲାଗିରହିଛି ।

Leave A Reply

Your email address will not be published.