Latest Odisha News

BREAKING NEWS

IPL ପୂର୍ବରୁ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି କରୋନା ପଜିଟିଭ୍

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଆଇପିଏଲକୁ ଏବେ କରୋନା ଭୟ । ଜଣଙ୍କ ପରେ ଜଣେ ଖେଳାଳି ସଂକ୍ରମିତ ହେଉଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟର ତଥା ଆରସିବିର ଅଲରାଉଣ୍ଡର ଡାନିଏଲ୍‌ ସାମ୍ସ କରୋନା ସଂକ୍ରମିତ ହୋଇଛନ୍ତି । ଏବେ ସେ ଆଇସୋଲେସନରେ ଅଛନ୍ତି ।

ଗତ ୩ ତାରିଖରେ ଚେନ୍ନାଇ କ୍ୟାମ୍ପରେ ଯୋଗ ଦେବା ଦିନ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲା । ଆଜି ହୋଇଥିବା ଦ୍ୱିତୀୟ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ତାଙ୍କ ପାଖରେ କୌଣସି ଲକ୍ଷଣ ନଥିଲା ।

ଗତ ସପ୍ତାହରେ ଆରସିବିର ଓପନର ଦେବଦତ୍ତ ପାଡିକଲ କରୋନା ସଂକ୍ରମିତ ହୋଇଥିଲେ । ଏବେ ସେ କ୍ୱାରେଣ୍ଟାଇନରେ ଅଛନ୍ତି । ଦୁଇ ଜଣଙ୍କର କୋଭିଡ୍ ନେଗେଟିଭ୍ ରିପୋର୍ଟ ଆସିବା ପରେ ସେମାନେ ଦଳରେ ସାମିଲ ହେବେ ।

Leave A Reply

Your email address will not be published.