Latest Odisha News

BREAKING NEWS

‘ଅନୱାର୍ଡ ଓଡ଼ିଶା’ ରେ ଅଂଶଗ୍ରହଣ କଲେ ୬୧ଜଣ ଚିତ୍ରଶିଳ୍ପୀ

ଭୁବନେଶ୍ୱର : ଭୋପାଳ, ମଧ୍ୟପ୍ରଦେଶରେ ଅବସ୍ଥିତ ଫାଉଣ୍ଡେସନ ଅଫ ଆର୍ଟ ଆଣ୍ଡ କଲଚର ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ ‘ଅନୱାର୍ଡ ଓଡ଼ିଶା’ ଶୀର୍ଷକରେ ଏକ ଅନଲାଇନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।

ଅନୁପ କୁମାର ଚାନ୍ଦ ଓ ପୁନମ ଜୈନଙ୍କ ତତ୍ତ୍ୱାବଧାନରେ ଓଡ଼ିଶାରୁ ୬୧ ଜଣ ଚିତ୍ରଶିଳ୍ପୀ ଓ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାକୃତି ଏଥିରେ ସ୍ଥାନ ପାଇଛି।

ଏହି ଅବସରରେ ଶିଳ୍ପୀ ମାନଙ୍କ ଦ୍ୱାରା ଅନେକ ବିଷୟବସ୍ତୁ ଓ ଶୈଳୀକୁ ନେଇ ଚିତ୍ର ଓ ଆକର୍ଷଣୀୟ ଭାସ୍କର୍ଯ୍ୟଗୁଡ଼ିକ ତିଆରି କରାଯାଇଛି। ଶିଳ୍ପୀ ଅସିତ କୁମାର ପଟ୍ଟନାୟକଙ୍କ ‘ଏଫେକ୍ସନ’ ଶୀର୍ଷକ ଏକ୍ରିଲିକ ଚିତ୍ରଟି ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିଥିଲା। ଏହି ଚିତ୍ରରେ ନାରୀ ଓ ପୁରୁଷ ଚିତ୍ରକୁ ସୃଜନଶୀଳ ଢଙ୍ଗରେ ଚିତ୍ରିତ କରିଥିଲେ। ଏହାସହ ସମସାମୟିକ ଜୀବନ ଯାପନ ଶୈଳୀକୁ ନେଇ ଶିଳ୍ପୀ ପଞ୍ଚାନନ ସାମଲଙ୍କ ‘ନେଚୁରାଲ ହାରମୋନି’ ଶୀର୍ଷକ ଚିତ୍ର ପ୍ରଦର୍ଶନୀର ଶୋଭାବର୍ଦ୍ଧନ କରିଥିଲା ।

Leave A Reply

Your email address will not be published.