Latest Odisha News

ରାଜସ୍ଥାନ ନିକଟରୁ ହାଇଦ୍ରାବାଦର ଶୋଚନୀୟ ପରାଜୟ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ଆଇପିଏଲର ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭୨ ରନରେ ଶୋଚନୀୟ ଭାବେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୩ ରନ କରିଥିଲା । ଯଶସ୍ୱୀ ଜୈସୱାଲ ୫୪, ଜୋସ ବଟଲର ୫୪ ଓ ସଞ୍ଜୁ ସାମସନ ବିସ୍ଫୋରକ ୫୫ ରନର ଇନିଂସ ଖେଳିଥିଲେ । ହାଇଦ୍ରାବାଦ ପକ୍ଷରୁ ଫଜାଲକ ଫାରୁକି ଓ ତ୍ୟାଗୀ ନଟରାଜନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୨୦୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିଲା ।

ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା । ଅବଦୁଲ ସମଦ ୩୨ ଓ ମୟଙ୍କ ଅଗୱାଲ ୨୭ ରନ କରିଥିଲେ । ୟୁଜେଭନ୍ଦ୍ର ଚହଲ ମାତ୍ର ୧୭ ରନରେ ୪ଟି ଏବଂ ଟ୍ରେଂଟ ବୋଲ୍ଟ ୨ଟି ୱିକେଟ ଅକ୍ତିଆର କରି ହାଇଦ୍ରାବାଦର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

Leave A Reply

Your email address will not be published.