Latest Odisha News

ବିହାରରୁ ୧୦ ଲକ୍ଷ ଟଙ୍କାର ନକଲି ଓ୨ ଔଷଧ ଜବତ କଲା ଓଡ଼ିଶା ଏସଟିଏଫ୍  

ଭୁବନେଶ୍ୱର: ଓଡ଼ିଶା ପୋଲିସର ଏସଟିଏଫର ଏକ ଟିମ୍ ବିହାରର ମୁଜାଫରପୁରରେ ବିପୁଳ ପରିମାଣର ନକଲି ଓ୨ (O2) ଔଷଧ ଜବତ କରିଛି । ସୂଚନା ଅନୁସାରେ, ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର କଟକ ସର୍କଲ-୧ ଧର୍ମଦେବ ପୁହାନ, ଡ୍ରଗ୍ସ ଇନ୍ସପେକ୍ଟର କଟକ ସର୍କଲ-୨ ତୁଷାର ରଞ୍ଜନ ପାଣିଗ୍ରାହୀ ଓ ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର କଟକ ସର୍କଲ-୨ ହରପ୍ରିୟା ମଲ୍ଲିକଙ୍କୁ ନେଇ ଏକ ତଦନ୍ତକାରୀ ଦଳ ଗଠନ ହୋଇଥିଲା ।

ଏହି ଟିମ୍ ନକଲି ଔଷଧର ଚେର ରାଜ୍ୟ ବାହାରକୁ ବ୍ୟାପିଥିବା ଜାଣିବା ପରେ ମଧ୍ୟପ୍ରଦେଶର ଭୋପାଳ ସହ ବିହାରର ମୁଜାଫରପୁରରେ ଆରମ୍ଭ କରିଥିଲା ଛାନଭିନ୍ । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ହୋଇଥିବା ଛାନଭିନରେ ନକଲି ଓ୨ ଔଷଧର ମୁଖ୍ୟ ଅଭିଯୁକ୍ତକୁ ଟିମ୍ ଖୋଜିଥିଲା । ଯିଏକି ମୁଜାଫରପୁରର ମନୀଷ କୁମାର ।

ମୁଜାଫରପୁର ଡ୍ରଗ୍ସ, କଣ୍ଟ୍ରୋଲରଙ୍କ ସହଯୋଗରେ ଏସଟିଏଫ୍ ବିପୁଳ ପରିମାଣର ନକଲି ଓ୨ ଔଷଧ ମନୀଷର ଘରୁ ଜବତ କରିଛି । ଜବତ ନକଲି ଔଷଧର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ତେବେ ମନୀଷ ଫେରାର ଥିବାରୁ ଏସଟିଏଫ୍ ତାକୁ ଗିରଫ କରିପାରିନାହିଁ । ତେବେ ମନୀଷକୁ ଗିରଫ କରିବା ଲାଗି ଏସଟିଏଫ୍ କଟକର ପୁରୀଘାଟ ଥାନା ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.