Latest Odisha News

BREAKING NEWS

କାର୍ଯ୍ୟରେ ଅବହେଳା ଅଭିଯୋଗ; ନିଲମ୍ବିତ ହେଲେ ଆରପିଏଫ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର

ବଲାଙ୍ଗୀର: ଲୋକ କଥା ରହିଛି ଯେ, ଯିଏ ଭୁଲ୍ କାମ କରୁଛି ସିଏ ଯେତିକି ଦୋଷୀ, ଆଉ ସେହି ଲୋକକୁ ଯିଏ ସହଯୋଗ କରୁଛି କିମ୍ବା ତାହା ଭୁଲ୍ ଦେଖି ଯିଏ ଚୁପ୍ ରହୁଛି ସେ ତା ଠାରୁ ମଧ୍ୟ ବଡ ଦୋଷୀ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ରେଳ ସୁରକ୍ଷା ବଳ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର ।

ଖବର ମୁତାବକ, ଗତ ଚାରି ଦିନ ପୂର୍ବରୁ ଆରପିଏଫ୍ ର ନର୍ଲାରେ ଡ୍ୟୁଟି ରେ ଥିବା ସମୟରେ କନଷ୍ଟେବଳ ବାଳକୃଷ୍ଣ ଭୋଇ ଜଣେ ଗଞ୍ଜେଇ ବେପାରୀଙ୍କଠାରୁ ଲାଞ୍ଚ ନେଉଥିଲେ । ଏହି ଖବର ବିଷୟରେ ଅବଗତ ଥିବା ସତ୍ବେ ମଧ୍ୟ କନଷ୍ଟେବଳ ବାଳକୃଷ୍ଣ ଭୋଇ ଙ୍କ ବିରୁଦ୍ଧରେ ଆରପିଏଫ୍ ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ଯାହାକୁ ନେଇ ଉଭୟ ଆରପିଏଫ୍ କନଷ୍ଟେବଳ ଓ ଇନ୍ସପେକ୍ଟର ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ସମ୍ବଲପୁର ରେଳ ମଣ୍ଡଳ ସୁରକ୍ଷା ଆୟୋଗ । ଲାଞ୍ଚ ନେଉଥିବା କନଷ୍ଟେବଳ ବାଳକୃଷ୍ଣ ଭୋଇଙ୍କୁ ନର୍ଲାରୁ ବିଶାଖାପାଟଣାକୁ ବଦଳି କରାଯାଇଥିବାବେଳେ, ଇନ୍ସପେକ୍ଟର ଧର୍ମେନ୍ଦ୍ର ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.