Latest Odisha News

IPL: ଭାଙ୍ଗିଲା ୧୩ ବର୍ଷର ରେକର୍ଡ, ୱାଙ୍ଖେଡେରେ ପ୍ରଥମଥର ଗୋଟିଏ ଇନିଂସରେ ନାହିଁ କୌଣସି ଛକା

ମୁମ୍ବାଇ: ଆଇପିଏଲର ସପ୍ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟରେ ହରାଇଛି ରାଜସ୍ଥାନ ରୟାଲ୍ସ । ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା । ଦିଲ୍ଲୀର ଇନିଂସରେ ଯାହା ହେଲା ଆଇପିଏଲ୍ ଇତିହାସରେ ଆଗରୁ କେବେ ହୋଇନଥିଲା । ଏହି ମ୍ୟାଚରେ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ଗୋଟିଏ ବି ଛକା ମାରି ପାରି ନଥିଲେ । ଆଇପିଏଲ୍ ଇତିହାସରେ ମୁମ୍ବାଇ ୱାଙ୍ଖେଡେରେ ଷ୍ଟାଡିୟମରେ ପ୍ରଥମ ଥର ଲାଗି କୌଣସି ଟିମ୍ ଗୋଟିଏ ଇନିଂସରେ ଗୋଟିଏ ବି ଛକା ମାରି ପାରି ନଥିଲା ।

ସୂଚନାଯୋଗ୍ୟ, ଆଇପିଏଲରେ ବେଙ୍ଗଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପରେ ୱାଙ୍ଖେଡେରେ ସବୁଠୁ ଅଧିକ ଛକା ମରାଯାଇଛି । ଟିମରେ ପୃଥ୍ୱୀ ସ, ଶିଖର ଧୱନ, ଋଷବ ପନ୍ତ ଓ ମାର୍କସଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଥିବାବେଳେ ଦିଲ୍ଲୀ ଗୋଟିଏ ମଧ୍ୟ ଛକା ନମାରିବା ସମସ୍ତଙ୍କୁ ଚକିତ କରିଛି । ଏହି ମ୍ୟାଚରେ ଦିଲ୍ଲୀ ୨୦ଟି ଚୌକା ମାରିଥିବା ବେଳେ ଏଥିରେ ସର୍ବାଧିକ ୯ଟି ଚୌକା ଅଧିନାୟକ ଋଷଭ ପନ୍ତ ମାରିଛନ୍ତି ।

Leave A Reply

Your email address will not be published.