Latest Odisha News

BREAKING NEWS

କରୋନାରେ ରାଜ୍ୟରେ ଆଖି ବୁଜିଲେ ଆଉ ୩ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାର ପାର୍ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୯୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗତ ୨୪ ଘଣ୍ଟାରେ ବଲାଙ୍ଗିରରୁ ଜଣେ, ଗଞ୍ଜାମରୁ ଜଣେ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡ୍ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ମୋଟ ୯ ହଜାର ୭୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୩୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ଜିଲ୍ଲାରେ ଏବେ ୬୫୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୪୬ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ଗଞ୍ଜାମ ଜିଲ୍ଲାରୋ ମୋଟ ୨୨ ହଜାର ୪୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ୮୬୨ ଜଣ ସୁସ୍ଥ ହୋଇଛନ୍ତି । ୩୧୮ଟି ସକ୍ରିୟ ମାମଲା ରହିଥିବା ବେଳେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲାରେ ମୋଟ ୧୧ ହଜାର ୩୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୩୦୭ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏବେ ଜିଲ୍ଲାରେ ୯୯୩ ସକ୍ରିୟ ମାମଲା ରହିଥିବା ବେଳେ ୭୯ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.