Latest Odisha News

BREAKING NEWS

ରାଜାମୌଲିଙ୍କ ଫିଲ୍ମରୁ ଆଲିଆ ବିଦା, ରିପ୍ଲେସ୍ କରିବେ କି ପ୍ରିୟଙ୍କା ?

ମୁମ୍ବାଇ: ବାହୁବଲି ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲି । ଚଳିତବର୍ଷ ତାଙ୍କ ଫିଲ୍ମ “RRR” ରିଲିଜ ହୋଇଥାନ୍ତା । ହେଲେ କରୋନା ପାଇଁ ସବୁକିଛି ଅଟକି ପଡିଛି । ଫିଲ୍ମର ମୋଶନ୍ ପୋଷ୍ଟର୍ ରିଲିଜ୍ ହୋଇଥିଲାବେଳେ ଏଥିରେ ଆଲିଆ ଭଟ୍ଟଙ୍କ ନାଁ ବି ଅଭିନୟ ତାଲିକାରେ ରହିଥିଲା । ହେଲେ ଏବେ ଶୁଣିବାକୁ ମିଳୁଛି ଆଲିଆଙ୍କୁ କୁଆଡେ ଏହି ଫିଲ୍ମରୁ ବିଦା କରାଯାଇଛି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ନେପୋଟିଜିମ୍ ଓ ଷ୍ଟାର୍‌କିଡ୍‌ଙ୍କ ବିରୋଧରେ ଏକ ଅଘୋଷିତ ଯୁଦ୍ଧ ଚାଲିଛି । ଏହି କାରଣରୁ ଆଲିଆ ବି ଦର୍ଶକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଶୁଣିବାକୁ ମିଳିଛି ରାଜାମୌଲିଙ୍କ ଫିଲ୍ମ “RRR”ରୁ କୁଆଡେ ଆଲିଆଙ୍କ ନାଁ ବାଦ ପଡିଛି । ଆଉ ଆଲିଆଙ୍କୁ ଅନ୍ୟ କେହି ନୁହେଁ ବରଂ ପ୍ରିୟଙ୍କା ଚୋପ୍ରା ରିପ୍ଲେସ୍ କରିବେ ।

ତେବେ ଏହି ଖବର ମିଛ ବୋଲି ଜଣାପଡିଛି । ଏହି ଖବରକୁ ଆଲିଆଙ୍କ ଟିମ୍ ଖଣ୍ଡନ କରିବା ସହ ଆଲିଆ ତେଲୁଗୁ ଶିଖିବା ସହ ଫିଲ୍ମ ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । କରୋନା ପାଇଁ ଅଧାରେ ଅଟକିଥିବା ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବା ନେଇ ସୂଚନା ରହିଛି ।

ଆଲିଆଙ୍କ ଫିଲ୍ମ ସଡକ-୨କୁ ବୟକଟ୍ କରିବା ନେଇ ନାରାବାଜି ଚାଲିଛି । ଏହି ମଉକାର ଫାଇଦା ଉଠାଇ କେହି ଜଣେ ମିଥ୍ୟା ଗୁଜବ ସୃଷ୍ଟି କରିଥିବା ସ୍ପଷ୍ଟ ହୋଇଛି । ଫିଲ୍ମରେ ଆଲିଆ ବାଦ୍ ପଡିବା ନେଇ ରାଜାମୌଲି କୌଣସି ମତ ରଖିନଥିବାବେଳେ ଏଥିରେ ଜୁନିଅର ଏନ୍‌ଟିଆର୍‌, ରାମ ଚରଣ ଓ ଅଜୟ ଦେବଗନଙ୍କ ଭଳି ଅଭିନେତାଙ୍କୁ ଦେଖିବାକୁ ମିଳିବ ।

Leave A Reply

Your email address will not be published.