Latest Odisha News

BREAKING NEWS

ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ

ବଲାଙ୍ଗିର: ଭିଜିଲାନ୍ସା ଜାଲରେ ପଡ଼ିଥିବା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆଇଆଇସି ବିନୋଦ ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ । ତାଙକ୍ ସରକାରୀ ବାସଭବନରୁ ନଗଦ ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ ହୋଇଛି । ଏଯାଏ ତାଙ୍କ ପାଖରୁ ମୋଟ୍ ୫ ଲକ୍ଷ ୮୬ହଜାର ୨୨୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଗତକାଲି କାରରେ ୨ ଲକ୍ଷ ଟଙ୍କା ନେଇ ଯାଉଥିଲା ବେଳେ ଧରାପଡ଼ିଥିଲେ ବିନୋଦ ନାୟକ ।

ବରଗଡ଼ ଟୋଲଗେଟ୍ ନିକଟରେ ପିଛା କରି ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଯାଞ୍ଚ ବେଳେ କାରରୁ ବିପୁଳ ୨ଲକ୍ଷ ଟଙ୍କା ଓ କିଛି କାଗଜପତ୍ର ଜବତ ହୋଇଥିଲା । ଏତେ ଟଙ୍କା କୁଆଡୁ ଆଣିଲେ ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ବଙ୍ଗୋମୁଣ୍ଡା ଆଇଆଇସି । ବଙ୍ଗୋମୁଣ୍ଡାରୁ କୁଚିଣ୍ଡା ଯିବା ବାଟରେ ବରଗଡ଼ ଟୋଲ୍ ଗେଟ୍ ନିକଟରେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ ।

ଏହାପରେ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ବଙ୍ଗୋମୁଣ୍ଡା ଥାନା, ସରକାରୀ କ୍ୱାର୍ଟର୍ସ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଘର, ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ପୈତୃକ ଘରେ ଚଢ଼ାଉ କରାଯାଇଥିଲା ।

Leave A Reply

Your email address will not be published.