Latest Odisha News

BREAKING NEWS

ବିଧାନସଭାରେ ମମିତା ତାତି: ଗେଟ୍ ଆଗରେ କଂଗ୍ରେସର ଧାରଣା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଚଳିତ ଅଧିବେଶନରେ ଗୃହ ହୁଲସ୍ତୁଲ ହେବ ପ୍ରଥମ ଦିନରୁ ଏହାର ଝଲକ ଦେଖିବାକୁ ମିଳିଛି । ଆଜି ପ୍ରଥମ ଦିନରେ ଉଠିଲାଣି ମମିତା ମେହେର ହତ୍ୟା ମାମଲା । ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ଆଗରେ କଂଗ୍ରେସ ଧାରଣା ଦେଇଛି । ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଧାନସଭା ଗେଟ୍ ଆଗରେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ ।

କଂଗ୍ରେସ ବିଧାୟକ ତାରା ବାହିନୀପତି, ସୁରେଶ ରାଉତରାୟ, ମହମ୍ମଦ ମୋକିମ୍, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ହାତରେ ପ୍ଲାକାର୍ଡ ଧରି ଗେଟ୍ ଆଗରେ ଧାରଣା ଦେବା ସହ ତାଲା ପକାଇ ଦେଇଛି କଂଗ୍ରେସ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହରେ ପୂରାଇନଦେବାକୁ ଗେଟ୍ ଆଗରେ କଂଗ୍ରେସ ବିଧାୟକ ଧାରଣା ଦେଇଛନ୍ତି ।

ପବିତ୍ର ଗୃହକୁ ମନ୍ତ୍ରୀ ଆସିଲେ ଗୃହ ଅପବିତ୍ର ହେବ ବୋଲି କଂଗ୍ରେସ କହିଛି । ତେଣୁ ଦିବ୍ୟଶଙ୍କରଙ୍କୁ ଗୃହରେ ପୁରାଇନଦେବାକୁ କଂଗ୍ରେସ ବିଧାୟକମାନେ ଧାରଣା ଦେଇଛନ୍ତି । ଚଳିତ ଅଧିବେଶନରେ ମମିତା ପ୍ରସଙ୍ଗ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ମୁଦ୍ଦା କରି ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି କରିଛି ।

Leave A Reply

Your email address will not be published.