Latest Odisha News

BREAKING NEWS

୨୪ ଘଣ୍ଟା ମିଳିବ ବ୍ୟାଙ୍କିଂ ସୁବିଧା, ମଧ୍ୟରାତ୍ରରୁ ଆରମ୍ଭ ହେଉଛି ସେବା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଯାଉଛି ରିୟଲ ଟାଇମ୍ ଗ୍ରୋସ୍ ସେଟେଲମେଣ୍ଟ ସିଷ୍ଟମ ବା ଆରଟିଜିଏସ୍ ସୁବିଧା । ଆଜି ରାତି ୧୨ଟା ୩୦ରୁ ପ୍ରତିଦିନ ୨୪ ଘଣ୍ଟା ଏହା କାମ କରିବ । ଏହା ଦ୍ବାରା ଡିଜିଟାଲ ନେଣଦେଣ କରୁଥିବା ଲୋକଙ୍କୁ ଅନେକ ସୁବିଧା ହେବ । ଏହା ସହ ଦିନ ରାତି ଏହି ସୁବିଧା ପାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ସାମିଲ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଟ୍ବିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହି ଉପଲବ୍ଧି ପାଇଁ ସେ ଆରବିଆଇ, ଆଇଏଫଟିଏଏସ୍ ଓ ସର୍ଭିସ୍ ପାର୍ଟନର ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆରଟିଜିଏସ୍ ଫଣ୍ଡ ଟ୍ରାନ୍ସଫର କରିବାର ଏକ ପ୍ରଣାଳୀ । ଏହା ସାହାଯ୍ୟରେ କମ୍ ସମୟରେ ଫଣ୍ଡ ଟ୍ରାନ୍ସଫର କରାଯାଇପାରିବ । ବଡ଼ ଧରଣର ଟଙ୍କା ଟ୍ରାନ୍ସଫର ପାଇଁ ଏହା ମୁଖ୍ୟତଃ ବ୍ୟବହାର କରାଯାଇଥାଏ । ଏହା ଦ୍ବାରା ଅତିକମରେ ୨ ଲକ୍ଷ ଟଙ୍କା ପଠାଯାଇପାରିବ । ସେହିପରି ଅତି ବେଶୀରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରାଯାଇପାରିବ ।

୨ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ମନି ଟ୍ରାନ୍ସଫର ପାଇଁ ୨୪.୫ ଟଙ୍କା ଅଧିକ ଦେବାକୁ ପଡ଼ିବ । ସେହିପରି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପଠାଇବା ପାଇଁ ଅଧିକ ୪୯.୫ଟଙ୍କା ଶୁଳ୍କ ଦେବାକୁ ହେବ । ହେଲେ ଏସବିଆଇ ଆରଟିଜିଏସ୍ ପାଇଁ କୌଣସି ଶୁଳ୍କ ନେଇନଥାଏ ।

 

 

Leave A Reply

Your email address will not be published.