Latest Odisha News

BREAKING NEWS

ରୁକୁଣା ରଥଯାତ୍ରା ଲାଗି ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର ସହର ଭୁବନେଶ୍ୱର । ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥିବାବେଳେ ଏକାମ୍ର କ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି ।

ଏହି ରଥଯାତ୍ର ଅଶୋକାଷ୍ଟମୀ ତଥା ବାସନ୍ତୀ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହୋଇଥାଏ । ଚୈତ୍ର ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ବଡ ଧୂମଧାମରେ ଏହି ଯାତ୍ରା ପାଳନ କରଯାଇଥାଏ ।

ଅଶୋକାଷ୍ଟମୀ ଦିନ ପ୍ରଭୁ ଚନ୍ଦଶେଖର (ଲିଙ୍ଗରାଜ), ରୁକ୍ମଣୀ ଓ ବାସୁଦେବ ଆଦି ତିନି ଦେବତାଙ୍କୁ ରୁକୁଣା ରଥରେ ବିଜେ କରାଯାଇଥାଏ । ପରବର୍ତ୍ତୀ ସମୟରେ ଭକ୍ତଗଣ ରଥକୁ ରାମେଶ୍ୱର ମନ୍ଦିର ଯାଏଁ ଶ୍ରଦ୍ଧାର ସହ ଟାଣିଟାଣି ନେଇଥାନ୍ତି ।

ଏହାର ୪ଦିନ ପରେ ତିନି ଦେବତାଙ୍କ ଘର ବାହୁଡା ହୋଇଥାଏ । ଏହି ଉତ୍ସବର ବିଶେଷତ୍ୱ ହେଉଛି- ବାହୁଡା ଯାତ୍ରା ବେଳେ ରଥର ମୋଡରେ କୌଣସି ପରିବର୍ତ୍ତନ କରାନଯାଇ ରଥକୁ ପଛୁଆ ଟଣାଯାଇଥାଏ ।

ଏହି ପର୍ବକୁ ନେଇ ଓଡିଆରେ ଏକ ଢଗ ମଧ ରହିଛି “ରୁକୁଣା ରଥ ଅଣଲେଉଟା” ।

Leave A Reply

Your email address will not be published.