Latest Odisha News

BREAKING NEWS

ନେପାଳର ଶାସକ କମ୍ୟୁନିଷ୍ଟ ପାର୍ଟି ହେବ ଦୁଇ ଫାଳ !

କାଠମାଣ୍ଡୁ: ନେପାଳର ଶାସକ କମ୍ୟୁନିଷ୍ଟ ଦଳ ଏବେ ଦୁଇ ଫାଳ ହେବାକୁ ଯାଉଛି । ଭାରତ-ଚୀନ ବିବାଦ ମଧ୍ୟରେ ମୁଣ୍ଡ ପୂରାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଅଶାନ୍ତିର ବାତାବରଣ ସୃଷ୍ଟି କରିଛନ୍ତି । ବର୍ତମାନ ଓଲୀ ଓ ପାର୍ଟିର ବରିଷ୍ଠ ନେତା ପୁଷ୍ପ କମଲ ଦହଲ ମଧରେ ବିବାଦ ବଢ଼ିବାରେ ଲାଗିଛି । ଓଲି ମଧ୍ୟ ଦଳର ବିଭାଜନ ନେଇ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥିବା ଜଣାପଡୁଛି ।

ଚୀନର ରାଷ୍ଟ୍ରଦୂତ ହାଓ ୟାଙ୍କିଙ୍କ ଉଦ୍ୟମ ସତ୍ୱେ ଏହି ବିବାଦର ସମାଧାନ ହୋଇପାରି ନାହିଁ । ଭାରତର ର’ ମୁଖ୍ୟଙ୍କ ନେପାଳ ଗସ୍ତ ପରେ ଓଲିଙ୍କ ଏ ଭଳି ମନୋଭାବ ବଢ଼ିବାରେ ଲାଗିଛି । ରିପୋର୍ଟ ମୁତାବକ ପ୍ରଚଣ୍ଡ ଭାରତ ସମର୍ଥନରେ ରହିଛନ୍ତି । ସେ ଏବଂ ଦଳର ଆଉ କେତେଜଣ ସାଂସଦ ଭାରତ ବିରୋଧୀ ହେବାକୁ ଚାହୁଁ ନାହାନ୍ତି ।

Leave A Reply

Your email address will not be published.