Latest Odisha News

BREAKING NEWS

ଟ୍ରେଲର ସହ ପିଟି ହେଲା ଆମ୍ବୁଲାନ୍ସ: ଜଣେ ମୃତ, ୨ ଗୁରୁତର

ବାଲେଶ୍ୱର: ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲର ସହ ପିଟି ହେଲା ଆମ୍ବୁଲାନ୍ସ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ପଶ୍ଚିମବଙ୍ଗର ଏକ ଘରୋଇ ଆମ୍ବୁଲାନ୍ସ ବାଲେଶ୍ୱର ଅଭିମୁଖେ ଆସୁଥିଲା । ଏତିକିବେଳେ ରାସ୍ତାର ଅନ୍ୟପଟରେ ସୋର ଅଭିମୁଖେ ଏକ ଟ୍ରେଲର ଯାଉଥିଲା । କୌଣସି କାରଣରୁ ଆମ୍ବୁଲାନ୍ସଟି ଡିଭାଇଡର ଡେଇଁ ଟ୍ରେଲରକୁ ଧକ୍କା ଦେଇଥିଲା ।

ଟ୍ରେଲରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ସିମେଣ୍ଟ ଗୋଦାମ ଗୃହକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ଆମ୍ବୁଲାନ୍ସର ହେଲପର ଓ ଟ୍ରେଲରର ଡ୍ରାଇଭର ଗୁରୁତର ହୋଇଛନ୍ତି ।

Comments are closed, but trackbacks and pingbacks are open.