Latest Odisha News

BREAKING NEWS

ଆରଆରବି ପରୀକ୍ଷା ପାଇଁ ହଟିଆ-ପୁରୀ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ରେଳପଥ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥ ମାନଙ୍କ ସୁବିଧା ପାଇଁ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।

ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆରଆରବି ପରୀକ୍ଷା ପ୍ରାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି ।

ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ :

୦୮୦୪୬/୦୮୦୪୫ ହଟିଆ-କଟକ-ହଟିଆ ପରୀକ୍ଷା ସ୍ପେଶାଲ୍ ହଟିଆରୁ ୨୨ ଏବଂ ୨୪ ଅଗଷ୍ଟ ୨୦୨୨ ଦିନ ଅପରାହ୍ନ ୪ଘ. ୫୦ମିନିଟରେ ଛାଡ଼ିବାକୁ ଥିବା ବେଳେ ଫେରିବା ମାର୍ଗରେ ଏହା କଟକ ଠାରୁ ୨୩ ଓ ୨୫ ଅଗଷ୍ଟ ୨୦୨୨ ଦିନ ରାତ୍ର ୯ଘ. ୪୦ମିନିଟରେ ଛାଡ଼ି ହଟିଆ ଯାତ୍ରା କରିବ ।

ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ହଟିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର ସିଟି, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନ ମାନଙ୍କରେ ରହଣି କରିବ ।

ଏଥିରେ ଦୁଇଟି ଏସି-୩ ଟାୟାର୍, ଚାରିଟି ସ୍ଲିପର୍ କ୍ଲାସ୍, ତିନିଟି ଦ୍ଵିତୀୟ ଶ୍ରେଣୀ ଚେୟାର୍ କାର୍, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।

Leave A Reply

Your email address will not be published.