Latest Odisha News

BREAKING NEWS

ପ୍ରଜନନ ଋତୁ ଯୋଗୁଁ ସମୁଦ୍ରରେ ମାଛ ଧରିବା ଉପରେ ସରକାରଙ୍କ କଟକଣା, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବାଉପରେ ରାଜ୍ୟ ସରକାର ସାମୟିକ କଟକଣା ଜାରି କରିଛନ୍ତି। ରାଜ୍ୟ କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଅପ୍ରେଲ ୧୫ରୁ ଜୁନ୍ ୧୪ ଯାଏ ୬୧ ଦିନ ଯାଏଁ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲାଗୁ ହୋଇଥିବା ଜଣାପଡ଼ିଛି । ବିଭିନ୍ନ ପ୍ରଜାତିର ମାଛଙ୍କ ବଂଶ ବୃଦ୍ଧି ପାଇଁ ମାଛଧରା ନିଷେଧାଜ୍ଞା ଲାଗୁ ହୋଇଛି । ଯଦି କେହି ଏହାକୁ ଉଲ୍ଲଂଘନ କରନ୍ତି ତାହେଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ପକ୍ଷକୁ ସତର୍କ କରାଯାଇଛି ।

ଆୟୋଜିତ ବୈଠକରେ, ଅନ୍ୟ ରାଜ୍ୟର ମାଛଧରା ଡଙ୍ଗାମାନେ ବେଆଇନ ଭାବେ ମାଛଧରିବାକୁ ରୋକିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସାମୁଦ୍ରିକ ଥାନାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା । ଏଥିସହ କଳକାରଖାନାମାନଙ୍କର ବିଷାକ୍ତ ବର୍ଜ୍ୟବସ୍ତୁ ସମୁଦ୍ରରେ ଛାଡ଼ିବା ଦ୍ୱାରା ମାଛ ଓ ଅନ୍ୟ ଜଳଜୀବମାନେ ଖୁବ ପ୍ରଭାବିତ ହେଉଥିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହାକୁ ବିଭାଗୀୟ ମନ୍ତ୍ରୀ ଗରୁତ୍ୱର ସହ ନେଇ, ଏଭଳି କାରଖାନାଗୁଡ଼ିକ ବିରୁଦ୍ଧରେ କିଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ବିଚାରବିମର୍ଶ କରିଥିଲେ ।

Leave A Reply

Your email address will not be published.