Latest Odisha News

BREAKING NEWS

ରୁଷ-ୟୁକ୍ରେନ ଯୁଦ୍ଧ : କାହା ପଟେ କେଉଁ ଦେଶ

ମସ୍କୋ: ଶାନ୍ତିର ଆଲୋଚନାକୁ ଏଡାଇ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଛି । ଯଦି ଏହାର ତୁରନ୍ତ ସମାଧାନ ନ ବାହାରିବ ତାହାହେଲେ ଧିରେ ଧିରେ ଏହା ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଇବ । ବର୍ତମାନ ପରିପ୍ରେକ୍ଷୀରେ ରୁଷକୁ କ୍ୟୁବା, ଚୀନ, ଆର୍ମେନିଆ, କାଜାକସ୍ତାନ, କିର୍ଗିସ୍ତାନ, ତାଜିକସ୍ତାନ, ବେଲାରୁଷ, ଆଜରବୈଜାନ, ଇରାନ, ଇତରକୋରିଆ ଓ ପାକିସ୍ତାନ ସମର୍ଥନ କରୁଛନ୍ତି । ସେହିପରି ୟୁକ୍ରେନକୁ ଆମେରିକା, ବ୍ରିଟେନ, ବେଲଜିୟମ, କାନାଡା, ଡେନମାର୍କ, ଫ୍ରାନ୍ସ, ଲକ୍ସମବର୍ଗ, ନେଦରଲାଣ୍ଡ, ଇଟାଲୀ, ଜାପାନ, ଦକ୍ଷିଣକୋରିଆ ଓ ଅଷ୍ଟ୍ରେଲିଆ ସମର୍ଥନ କରୁଛନ୍ତି । ୟୁକ୍ରେନ ନାଟୋର ସଦସ୍ୟ ହୋଇ ନ ଥିବାରୁ ଏହା ଅଧିନରେ ଥିବା ଦେଶଗୁଡିକ ନିୟମ ଅନୁସାରେ ରୁଷିଆ ବିପକ୍ଷରେ ସିଧାସଳଖ ଯୁଦ୍ଧ କରିପାରିବେ ନାହିଁ । ଏହି ଦେଶଗୁଡିକ ବିକଳ୍ପ ରାସ୍ତା ଖୋଜୁଛନ୍ତି ।

ଅପରପକ୍ଷରେ ସୋଭିଏଟ ୟୁନିୟନର ଅଂଶବିଶେଷ ରହିଥିବା ୬ ଦେଶ ମଧ୍ୟରେ ଚୁକ୍ତି ହୋଇଛି ଯେ, ରୁଷ ଉପରେ ଆକ୍ରମଣ ହେବା ମାନେ ଏହା ସେମାନଙ୍କ ଉପରେ ହେବା ସଦୃଶ । ଅନ୍ୟ ପକ୍ଷରେ ଭାରତ ଯୁଦ୍ଧ ସପକ୍ଷରେ ନାହିଁ । ସେଥିପାଇଁ କୌଣସି ଦେଶକୁ ସିଧାସଳଖ ସମର୍ଥନ କରୁ ନାହିଁ । ୟୁକ୍ରେନର ଅନୁରୋଧ ସତ୍ମେ ଭାରତ ଚୁପ ରହିଛି ।

Comments are closed, but trackbacks and pingbacks are open.