Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବାଜିଲାଣି ପୌର ନିର୍ବାଚନ ବିଗୁଲ୍,ଆଶାୟୀ ପ୍ରାର୍ଥୀଙ୍କ ରଣନୀତି ପ୍ରସ୍ତୁତ

କଟକ: ବାଜିଲାଣି ପୌର ନିର୍ବାଚନ ବିଗୁଲ୍ । ଏ ନେଇ ସରକାରଙ୍କ ପକ୍ଷରୁ ନିର୍ବାଚନ କମିସନରଙ୍କୁ ପୌର ପରିଷଦ,ଵିଜ୍ଞାପିତ ଅଞ୍ଚଳ, ମହାନଗର ନିଗମ ନିର୍ବାଚନ ପାଇଁ ସବୁଜ ସଙ୍କେତ ଦେବା ପରେ କଟକରେ ଦେଖାଗଲାଣି ନିର୍ବାଚନୀ ହାୱା । ଆଉ ଏଥିପାଇଁ ଆଶାୟୀ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଛନ୍ତି । ନିର୍ବାଚନି ବୈତରଣୀ ପାଇଁ ପାର୍ ହେବା ପାଇଁ ଚଳଚଞ୍ଚଳ ହୋଇଛନ୍ତି ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ। ମହାନଗର ନିଗମ ନିର୍ବାଚନ ପାଇଁ ବିଭିନ୍ନ ଦଳର ଆଶାୟୀ କାଉନସିଲର୍ ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଖାସ୍ କରି ୪୭ ନମ୍ବର ୱାର୍ଡ୍ ର ଆଶାୟୀ ପ୍ରାର୍ଥୀନୀ ତଥା ପୂର୍ବତନ କର୍ପୋରେଟର କବିତା ଖଣ୍ଡାଇ ନିଜର ଗଡକୁ ରକ୍ଷା କରିବାରେ ଉଦ୍ୟମ ଜାରି ରଖିଛନ୍ତି। ୱାର୍ଡ୍ ବାସୀ ପୁଣିଥରେ କର୍ପୋରେଟର ପ୍ରାର୍ଥୀ ରୂପରେ ତାଙ୍କୁ ଚାହୁଁଛନ୍ତି ଏବଂ ବେଶ୍ ଜନ ସମର୍ଥନ ରହିଥିବା କହିଛନ୍ତି ଆଶାୟୀ ପ୍ରାର୍ଥୀନୀ କବିତା ଖଣ୍ଡାଇ।

ଖୁବଶୀଘ୍ର ପୌର ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନର୍। ଆଉ ଏବେ ଠୁ ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥିମାନେ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କଲେଣି।

 

Comments are closed, but trackbacks and pingbacks are open.