Latest Odisha News

BREAKING NEWS

ରାୟଗଡ଼ାରେ ଶେଷ ପର୍ଯ୍ୟାୟରେ ସିଲ୍ ହେଲା ୨୨ ଜିଲ୍ଲା ପରିଷଦଙ୍କ ଭାଗ୍ୟ

ରାୟଗଡ଼ା : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ । ଏବେ କେବଳ ଅପେକ୍ଷା ଫଳାଫଳ ଘୋଷଣାକୁ । ଏହି କ୍ରମରେ ଆଜି ରାୟଗଡ଼ାରେ ସିଲ୍ ହୋଇଛି ୨୨ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ । ସେହିପରି ୧୮୨ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି । କାଁ ଭାଁ ଘଟଣାକୁ ଛାଡିଦେଲେ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ମତଦାନକୁ ଶେଷ କରିଛି ଜିଲ୍ଲା ପ୍ରଶାସନ ।

ଏଥର ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏଥର ଭୋଟ ଗଣତି କାର୍ଯ୍ୟକ୍ରମ ବୁଥରେ ନକରି ବ୍ଲକସ୍ତରୀୟ କରାଯାଇଛି । ନିଜ ନିଜ ବ୍ଲକରେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଏବଂ ଓ୍ବାର୍ଡ ମେମ୍ବରଙ୍କ ଭୋଟ ଗଣତି ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି । ଆସନ୍ତା ୨୬, ୨୭ ଓ ୨୮ ତାରିଖରେ ହେବ ଭୋଟ ଗଣତି । ସୁରକ୍ଷା ଦୃଷ୍ଟିରୁ ଷ୍ଟ୍ରଙ୍ଗ ରୁମରେ ଭୋଟ ବାକ୍ସକୁ ସୁରକ୍ଷିତ ଭାବେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

Comments are closed, but trackbacks and pingbacks are open.