Latest Odisha News

BREAKING NEWS

ରୁଷ ଆକ୍ରମଣର ଜବାବ ଦେଲା ୟୁକ୍ରେନ: ବେଲଗୋରଦ ସହରରେ ବୋମାମାଡ, ୨୦ ମୃତ

ମସ୍କୋ:ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ତେଜିଛି  । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହାର ଜବାବ ଦେଇଛି ୟୁକ୍ରେନ । ରୁଷ ଉପରେ ପ୍ରତି ଆକ୍ରମଣ କରି ପ୍ରତିଶୋଧ ନେଇଛି । ୟୁକ୍ରେନ ଆକ୍ରମଣରେ ୨ ଶିଶୁଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ଘଟିଛି ।  ରୁଷ ଅଧିକାରୀଙ୍କ କହିବା ଅନୁଯାୟୀ, ୟୁକ୍ରେନର ଉତ୍ତର ସୀମାକୁ ଲାଗିଥିବା ବେଲଗୋରଦ ସହର ଉପରେ ବୋମାମାଡ କରିଛି ୟୁକ୍ରେନ  । ଏଥିରେ ୧୧୧ ଜଣ ଆହତ ହୋଇଛନ୍ତି । ବେଲଗୋରଦ ସହର ଉପରେ ଏହା ଥିଲା ୟୁକ୍ରେନର ସବୁଠାରୁ ବଡ ଆକ୍ରମଣ ।

ମିହିଆ ସୂଚନା ଅନୁଯାୟୀ, ୟୁକ୍ରେନର ଖାରଖିଭର ମଲ୍ଟିପୁଲ ରକେଟ ଲଞ୍ଚରରୁ  ମିସାଇଲ ଆକ୍ରମଣ ହୋଇଥିଲା । ବେଲଗୋରଦ ସହରର  ସେଣ୍ଟ୍ରାଲ କ୍ୟାଥେଡ୍ରେଲ ସ୍କ୍ୱାୟରରେ ଥିବା ସ୍କେଟିଂ ରିଙ୍କ, ଏକ ସପିଂ ସେଣ୍ଟର, ଘରୋଇ କୋଠାକୁ ଟାର୍ଗେଟ କରିଥିଲା ୟୁକ୍ରେନ ।  ଏହା ପୂର୍ବରୁ ରୁଷ ସେନା ୟୁକ୍ରେନ ଉପରେ ୧୨୨ ମିସାଇଲ ଏବଂ ୩୬ ଡ୍ରୋନରେ ଆକ୍ରାମଣ କରିଥିଲା  ।

ୟୁ୍କ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କହିବା ଅନୁଯାୟୀ, ରୁଷ ଆକ୍ରମଣରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୯ ଜଣ ଆହତ ହୋଇଛନ୍ତି ।  ଜେଲେନସ୍କି ଆହୁରି କହିଥିଲେ, ଏହି ଆକ୍ରମଣରେ ୧୨୦ ସହର ଏବଂ ଗାଁ ପ୍ରଭାବିତ ହୋଇଛନ୍ତି ।

Leave A Reply

Your email address will not be published.