ନୂଆଦିଲ୍ଲୀ : ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମରେ ଭରି ରହିଥାଏ ବିଶ୍ୱାସ । ପ୍ରେମ କୌଣସି ପ୍ରତିବନ୍ଧକ ମାନିନଥାଏ । କଥାରେ ଅଛି ପ୍ରେମ ପାଇଁ ସାତ ସମୁଦ୍ର ପାର କରିଯାଆନ୍ତି ପ୍ରେମଚଢ଼େଇ । ତେବେ ଏହି କଥାକୁ ବାସ୍ତବ ରୂପ ଦେଇ ପ୍ରେମର ପରିଭାଷାକୁ ବୁଝିଛନ୍ତି ଜଣେ ରୁଷୀୟ ଯୁବତୀ । ଆମେ କହୁଛୁ ରୁଷର ଏହି ସୁନ୍ଦର ଯୁବତୀଙ୍କ କଥା । ଯୁବତୀ ଜଣଙ୍କ ହେଉଛନ୍ତି ଆଲେକ୍ସଜାଣ୍ଡାର ଇଭାନାଭା । ସେ ବଙ୍ଗୀୟ ଯୁବକଙ୍କୁ ବିବାହ କରିଛନ୍ତି । ଯାହାର ଫଟୋ ସୋଶିଆଲ ମିଡିଆରେ ଘୂରି ବୁଲୁଛି ।
ସୂଚନା ଅନୁଯାୟୀ, ସହରାଂସୁ ସିଂଙ୍କ ସହ ଆଲେକ୍ସଜାଣ୍ଡାରଙ୍କର ପ୍ରେମ ହୋଇଥିଲା । ସହରାଂସୁ ୨୦୧୬ ମସିହାରେ ବିଲାତର ଅକ୍ସଫୋର୍ଡ ୟୁନିର୍ଭସିଟିରେ ପଢ଼ିବାକୁ ଯାଇଥିଲେ। ସେଠାରେ ସେ ମେସ୍କୋ ପରିଦର୍ଶନ କରିବାକୁ ଯାଇଥିଲେ। ସେହି ସମୟରେ ରୁଷର ନାଭାସିବିରସ୍କର ବାସିନ୍ଦା ଆଲେକ୍ସଜାଣ୍ଡରଙ୍କ ସହ ତାଙ୍କର ଭେଟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଗଢ଼ିଉଠିଥିଲା । ସେହି ପ୍ରେମ ଆଜି ବିବାହରେ ପରିଣତ ହୋଇଛି । ରୁଷରେ ଅଧ୍ୟୟନ ସମାପ୍ତ କରିବା ପରେ ତାଙ୍କ ମାଙ୍କ ସହିତ ବାଂଲାକୁ ଆସିଥିଲେ। ପରେ ମୁର୍ସିଦାବାଦର କାନ୍ଦୀରେ ସହରାଂସୁ ସିଂଙ୍କ ସହ ହିନ୍ଦୁ ବଙ୍ଗାଳୀ ବିବାହ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା ।
ତେବେ ନାଭା ଆଲେକ୍ସଜାଣ୍ଡାର କହିଛନ୍ତି ଯେ ଏହି ଭାରତୀୟ ସଂସ୍କୃତି ଅନୁସରଣ କରି ବାଂଲା ଶୈଳୀରେ ବିବାହ କରି ମୁଁ ବହୁତ ଖୁସି ।
Comments are closed.