Latest Odisha News

BREAKING NEWS

ୟର୍କଶାୟାର ପକ୍ଷରୁ ଖେଳିବେ ସିଏସକେର ଅଧିନାୟକ

ଲୀଡ୍ସ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେଇଥିବା ରୁତୁରାଜ ଗାଏକ୍ୱାଡ ଏବେ ୟର୍କଶାୟର ପକ୍ଷରୁ ଖେଳିବେ । ଇଂଲଣ୍ଡର କାଂଉଟି ଚାମ୍ପିୟନଶିପର ଡିଭିଜନ ୱାନର ୫ଟି ମ୍ୟାଚ ଏବଂ ପରେ ୱାନଡେ କପ ପାଇଁ ସେ ୟର୍କଶାୟର ପକ୍ଷରୁ ଖେଳିବେ । କାଂଉଟି କ୍ଲବ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଗାଏକ୍ୱାଡ ଏବେ ଭାରତ ଏ ଟିମ ପକ୍ଷରୁ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି । ତେବେ ସେଠାରେ ତାଙ୍କୁ ମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳି ନ ଥିଲା । ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ସେ ଭାରତ ଏ ଦଳର ନେତୃତ୍ୱ ନେଇଥିଲେ ।

ଟେଷ୍ଟ ସିରିଜ ପାଇଁ ସିନିୟର ଟିମରେ ସୁଯୋଗ ନ ମିିଳିବାରୁ ସେ କାଂଉଟି ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ସେ ଭାରତ ପକ୍ଷରୁ ୬ଟି ଦିନିକିଆ ଓ ୨୩ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଦିନିକିଆରେ ୧୧୫ ଓ ଆନ୍ତର୍ଜାତୀୟ ଟି୨୦ରେ ୬୩୩ ରନ ସଂଗ୍ରହ କରିଛନ୍ତି । ରିତୁରାଜଙ୍କ ନେତୃତ୍ୱରେ ଭାରତ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେ ୩୮ ପ୍ରଥମଶ୍ରେଣୀ ମ୍ୟାଚରେ ୨୬୩୨ ରନ କରିଛନ୍ତି ।

Comments are closed.