Latest Odisha News

BREAKING NEWS

ଆରସିବି ବିକ୍ରି ଖବରକୁ ଖଣ୍ଡନ କଲା ୟୁଏସଏଲ

ବେଙ୍ଗାଲୁର: ଆଇପିଏଲ ୨୦୨୫ ସଂସ୍କରଣର ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିକ୍ରି ହେବା ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ଖବରର ସତ୍ୟତା ନାହିଁ ବୋଲି ଏହାର ମାଲିକ ୟୁନାଇଟେଡ ସ୍ପିରିଟ ଲିମିଟେଡ ପକ୍ଷରୁ କୁହାଯାଇଛି । ଆରସିବିିର ଅଂଶଧନ କିମ୍ବା ୟୁଏସଏଲ ୧୭ ହଜାର କୋଟି ଟଙ୍କାରେ ଆରସିବିକୁ ବିକ୍ରି କରିବ ବୋଲି ବ୍ଲୁମର୍ଗରେ ଖବର ପ୍ରକାଶ ପାଇଥିଲା । ଏହି କମ୍ପାନୀର ମାଲିକ ପୂର୍ବରୁ ବିଜୟ ମାଲ୍ୟା ଥିଲେ । ସେ ଦେଶ ଛାଡି ଯିବା ପୂର୍ବରୁ ୟୁଏସଏଲକୁ କମ୍ପାନୀ ଏବଂ ଆରସିବି ଟିମକୁ ବିକ୍ରି କରି ଦେଇଥିଲେ ।

୧୮ ବର୍ଷ ପରେ ଆରସିବି ଚାମ୍ପିୟନ ହେବା ଯୋଗୁ ଏହାର ବ୍ରାଣ୍ଡ ଭାଲ୍ୟୁ ବଢ଼ିଯାଇଛି । କମ୍ପାନୀ ଏବେ ଏହାକୁ ବିକ୍ରି କରି କେବଳ ମଦ ବ୍ୟବସାୟ ଉପରେ ଧ୍ୟାନ ଦେବା ପାଇଁ ଚାହୁଁଛି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଇପିଏଲ ପରି ବଡ ଟୁର୍ଣ୍ଣାମେଂଟରେ ମଦ ଓ ତମ୍ବାକୁ ବିଜ୍ଞାପନ ଉପରେ କଟକଣା ଲଗାଇବା ପାଇଁ ନିଷ୍ପତି ନେଇଛି । ଏଥିପାଇଁ ୟୁଏସଏଲ ଏହାକୁ ବିକ୍ରି କରିବା ପାଇ ଚାହୁଁଥିବା ଅନୁମାନ କରାଯାଉଥିଲା ।

Comments are closed.