Latest Odisha News

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ଇତିହାସ ରଚିବା ଲକ୍ଷ୍ୟରେ ମୈଦନାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ । ଜୋହନ୍ସବର୍ଗରେ ଖେଳାଯିବ ମ୍ୟାଚ୍ । ଏହି ମ୍ୟାଚ୍ ଜିତି ଦକ୍ଷିଣ ଆଫ୍ରିକା ମାଟିରେ ଇତିହାସ ରଚିବା ଲକ୍ଷ୍ୟରେ ଆଜି ମୈଦାନୀକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ଜିତିଲେ ୩ ଟିକିଆ ଟେଷ୍ଟ ସିରିଜକୁ ଆଗୁଆ କବଜା କରିବ ଭାରତ । ଏଥିସହ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ବିଜୟ ହାସଲ କରିବ ଟିମ୍ ଇଣ୍ଡିଆ ।

ଜୋହନ୍ସବର୍ଗରେ ଭାରତର ରେକର୍ଡ ଭଲ । ଏଠାରେ କେବେ ଟେଷ୍ଟ ମ୍ୟାଚ୍ ହାରିନି ଟିମ୍ ଇଣ୍ଡିଆ । ପୂର୍ବରୁ ଏଠାରେ ଭାରତ ୫ଟି ଟେଷ୍ଟ ଖେଳି ଅପରାଜେୟ ରହିଛି । ଦୁଇଟି ଜିତିଥିବା ବେଳେ ୩ଟି ଡ୍ର ରଖିଛି । ଏହି ଅପରାଜେୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇବ କୋହଲି ବାହିନୀ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନରେ ଜିତିଥିଲା ଭାରତ । ଦ୍ୱିତୀୟ ଟେଷ୍ଟ ଜିତିଲେ ସିରିଜକୁ ୨-୦ରେ ଆଗୁଆ କବଜା କରିବ । ଏଥିସହ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଟେଷ୍ଟ ଜିତି ଇତିହାସ ରଚିବ ଟିମ୍ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାରେ ଅଷ୍ଟମ ଦ୍ୱିପାକ୍ଷିକ ଟେଷ୍ଟ ସିରିଜ ଖେଳୁଛି ଭାରତ । ପୂର୍ବରୁ ୭ଟିରୁ ୬ଟିରେ ପରାଜିତ ହୋଇଥିଲା । ଡ୍ରରେ ଶେଷ ହୋଇଥିଲା ଗୋଟିଏ ସିରିଜ୍ ।

Leave A Reply

Your email address will not be published.