Latest Odisha News

BREAKING NEWS

କବିତା : ନନ୍ଦିଘୋଷ

ଅଜୟ କୁମାର ମହାନ୍ତି 

ପ୍ରସ୍ତୁତିର‌ ପର୍ବ ପ୍ରାୟ ଶେଷ
ବଡ଼ଦାଣ୍ଡରେ ସଜ୍ଜିତ ତିନି ରଥ
ସବୁ ଚାଲିଛି ଵ୍ଯବସ୍ଥା ମୁତାବକ
ରଥେ ବିଜେ ହେବେ ଜଗନ୍ନାଥ।

ପହଣ୍ଡିରେ ବିଜେ ହେବେ
ଦର୍ଶନେ ଆତୁର ଦେଶ ବିଦେଶ
ରଥଯାତ୍ରା ପାଇଁ ହେଇ ସଜବାଜ
ଦାଣ୍ଡେ ଗଡ଼ିଯିବ ନନ୍ଦିଘୋଷ।।

ମନରେ ଦୁଃଖର ପାହାଡ଼
ଗୃହବନ୍ଦୀର ବଢିଲା ମିୟାଦ
ବିଶ୍ବାସ ସଙ୍କଟରେ ଭକ୍ତ
ପତିତପାବନ ଦର୍ଶନ ଵଞ୍ଚିତ।

ସଚରାଚର ବିଶ୍ଵ ଯାର ସୃଷ୍ଟି
ହୁଏନା ତାର ଇଚ୍ଛାପୂର୍ତ୍ତି
ଭକ୍ତର ବିପଦ ଅପ୍ରମିତ
ସାହାଯ୍ୟ ପାଇଁ ଅସର୍ମଥ।।

କାହାକୁ କହିବେ ବା ଦୁଃଖ
ସ଼ହିବା ଶକ୍ତି ତାଙ୍କର ଅଶେଷ।
ଲୋକମୁଖରେ‌ ଜଗନ୍ନାଥ
ସର୍ବାଗ୍ରେ ଚର୍ଚ୍ଚିତ ନାୟକ।।

ଅଦୃଶ୍ୟ ଶତୃ ସହ ଯୁଦ୍ଧ
ଚାଲେ ଜୀବିକା ପୁର୍ନବାସ।
ଭକ୍ତଙ୍କ ଫେରିବ ବିଶ୍ବାସ
ବଡ଼ଦାଣ୍ଡେ ଗଡ଼ିଲା ନନ୍ଦିଘୋଷ।

କଟକ

Comments are closed.