ଆରତୀ ପଟ୍ଟଯୋଷୀ
ସପନ ଦେଖିଲି ତୁମେ ଆସିଥିଲ
ବସିଥିଲ ମୋର ପାଶେ,
ଆକାଶରେ ଥିଲା ଉଜ୍ଜ୍ୱଳ ଶୀତାଂଶୁ
ଜ୍ୟୋସ୍ନାଢାଳି ଚଉପାଶେ।
କିଛି କହିଥିଲ କିଛି ଶୁଣିଥିଲ
କିଛି ରହିଗଲା ବାକି,
ତୁମ କଞ୍ଜନେତ୍ର ପାଗଳ କରିଲା
ଚନ୍ଦନ କସ୍ତୁରୀ ସାକ୍ଷୀ।
ଝରି ପଡୁଥିଲା ବୃକ୍ଷରୁ ବଉଳ
ରାତି ହେଉଥିଲା ବୃଦ୍ଧ,
ତୁମ ପ୍ରେମ ଫାସ ହୁଗୁଳା ହୋଇଲା
ଆଖିଥାଇ ହେଲିଅନ୍ଧ।
ସପନତୁଟିଲା ତନ୍ଦ୍ରାମୋ ଭାଜିଲା
ନୀରବତା ଚଉପାଶେ,
ଘର ବାସୁଥିଲା ଚନ୍ଦନ ତୁଳସୀ
ତୁମେ ନଥିଲ ମୋ ପାଶେ।
ନିବିଡ଼ଆଶ୍ଳେଷେ ଜଡାଇ ଧରହେ
ପ୍ରାଣପ୍ରିୟ ପଦ୍ମପାଦ,
ନକର ନିରାଶ ଆହେ ପୀତବାସ
ଅସହ୍ୟ ଜୀବନଯୁଦ୍ଧ।
କଥାଥିଲା ମୋର ସାଥେ ରହିଥିବ
ଶେଷ ନିଶ୍ୱାସ ପର୍ଯ୍ୟନ୍ତ,
ଅଧାବାଟେ କାହିଁ ହାତ କାଢି ନେଲ
ସମୟ ହେଲାକି ଅନ୍ତ ?
ଯଦି ସରିଥାଏ ପୃଷ୍ଠାରୁ ଆୟୁଷ
କଥା ଦିଅ ପ୍ରାଣ ସଖା,
ସପନରେ ମୋର ନିତି ଆସୁଥିବ
ସାକ୍ଷାତେ ନଦିଅ ଦେଖା।
ସଖା ପ୍ରଣମାମୀ ପ୍ରଭୁ ଅନ୍ତର୍ଯ୍ୟାମୀ
ଏତିକି ସୁଦୟା ଥିବ ଅନ୍ତିମ ସମୟେ ପାପୀ ଓଠେ ମୋର
ତୁମ ନାମ ନିଶ୍ଚେ ଥିଵ।
Comments are closed.