Latest Odisha News

BREAKING NEWS

କବିତା : ପ୍ରକୃତି ରାଣୀ

ବାସନ୍ତୀ ଲତା ଜେନା 

ପ୍ରକୃତି ରାଣୀ ସ୍ରଷ୍ଟାଙ୍କର ସୃଷ୍ଟି
ଅତୁଳନୀୟ ସୁଷମା
ଶୋଭା ଭଣ୍ଡାରର ଗନ୍ତାଘର ସେତ
ତାକୁ ଦେବା କି ଉପମା ll

ସବୁଜିମା ଭରା ଏ ସାରା ଧରଣୀ
ସତେ କି ପିନ୍ଧିଛି ପାଟ
ବନ ଉପବନ ମନୋହର ଦିଶେ
ଦିଶୁ ଥାଏ ଝଟ ଝଟ ll
ପାହାଡି ଝରଣା କୁଳୁ କୁଳୁ ନାଦେ
ତଳକୁ ଆସୁଛି ବହି
ଦୁଇ ପାଶ୍ୱ ତାର ସବୁଜ ବନାନୀ
ଜଳ ଧାରେ କଳା ଛାଇ ll

ଝରଣା ମିଶୁଛି ନଦୀ ଜଳେ ଯାଇ
ନଦୀ ତ ଯାଉଛି ଫୁଲି
କାଶତଣ୍ଡୀ ଫୁଲ ପବନେ ଝୁଲୁଛି
ଶ୍ୱେତ ଚମ୍ପା ଫୁଲ ଭଳି ll

ପୂରୁବ ଆକାଶେ ରକ୍ତିମାର ଛଟା
ପକ୍ଷୀ କାକଳିର ସ୍ୱର
ଜଗାଇ ଦିଅନ୍ତି ଉଠ ହେ ମାନବ
ହୁଅ କର୍ମ ତତପର ll

ଫୁଲରୁ ଫୁଲକୁ ଉଡେ ପ୍ରଜାପତି
ରଙ୍ଗର ପସରା ଧରି
ମଧୁ ଶୋଶୁ ଥାଏ ପର ପାଇଁ ଶେଯେ
ଅଟେ ସେ ସଂଗ୍ରହ କାରୀ ll

କୋଇଲିର ସ୍ୱର କେତେ ମିଠା ସତେ
ମଧୁର ଗୀତ ଗାଉଛି
ଯିଏ ଶୁଣୁ ଅଛି ମୁଗ୍ଧ ହେଉ ଅଛି
ଆତ୍ମା ସନ୍ତୋଷ ଲଭୁଛି ll

ବଣ ଜଙ୍ଗଲ ତ ପଶୁ ପକ୍ଷୀ ଭରା
ଶୋଭା ପ୍ରକୃତି ରାଣୀର
ଝରଣା ସାଗର ସୁନୀଳ ଅମ୍ବର
ବ୍ରହ୍ମାଙ୍କର ଉପହାର ଲଲ

ପ୍ରକୃତିର ଶୋଭା ଆମେ ତ ରଖିବା
ନ କରିବା ତାକୁ ନଷ୍ଟ
ବୃକ୍ଷ ଲଗାଇଣ ଯତ୍ନ ତାର ନେବା
ନ ଦେବା ତାହାକୁ କଷ୍ଟ ll

ଶିକ୍ଷୟିତ୍ରୀ
ଗାନ୍ଧିନଗର, ନବରଙ୍ଗପୁର

Leave A Reply

Your email address will not be published.