ଦୁର୍ଲ୍ଲଭ କୁମାର ରାଉତ
ଅର୍ଦ୍ଧନିଶିର ଚାନ୍ଦ ଢାଳିଛି ତରଳ ରୋପ୍ୟ ରେଣୁ
ବିରହ ବଂଶୀ ତାଳରେ ନାଚେ ସ୍ମୃତିର ପ୍ରତି ଅଣୁ ।
ବକ୍ଷ ବିଦାରି ଉକୁଟି ଉଠେ ବିଗତ କଥା ମାନ
ହୃଦ କୁଞ୍ଜରେ ଫୁଟଇ ପୁଷ୍ପ ଆଜ ଯାହା ଶମଶାନ ।
ପ୍ରୀତି ସଙ୍ଗୀତ ମୂର୍ଚ୍ଛନା ତୋଳେ ମୃତ ପ୍ରେମୀର ଅଙ୍ଗେ
ଧୂଳି ଧୂସରତ କାନଭାସ ଜାଗି ନାନା ରଙ୍ଗରେ ରଙ୍ଗେ ।
ପ୍ରାଣ ପ୍ରେୟସୀ କୋମଳ ସ୍ପର୍ଶ ପହିଲି ଚୁମ୍ବନ ଛୁଆଁ
ମଧୁ ବସନ୍ତର ପ୍ରଣୟ ତିଥି ଜାଳିଦିଏ ହୃଦେ ନିଆଁ ।
ମୃଦୁ ମଧୁର ଲଳିତ ସ୍ୱର ଆହେ ପ୍ରିୟତମ ଡାକ
ଫୋଡି ଦେଲାକି ଅୟୁତ ଶର କ୍ଷତ ବିକ୍ଷତ ବକ୍ଷ ।
ଫିକା ଆସର ତିକ୍ତ ମଦିରା ନହୁଲି ପ୍ରିୟାର ଆଗେ
କାନ୍ଦେ ଗୁମୁରି କେଉଁ କୋଣରେ ମନଟା ହୃଦୟ ଆଗେ ।
ଘୋର ଅନ୍ଧାରେ ତପସ୍ୟା ତୁମ ତମସା ବୁକୁର ସାଥି
ତୁମ୍ଭ ସ୍ମୃତିରେ ବିରହୀ ସାଜି ନିତି ପାଳେ ଜହ୍ନରାତି ।
ମାର୍ଶାଘାଇ, କେନ୍ଦ୍ରାପଡା
Comments are closed.