Latest Odisha News

ଆଦିବାସୀ ମହିଳାର ଅକୁହା କଥା ‘ଡାହାଣୀ’

ଭୁବନେଶ୍ୱର : ପ୍ରିଲ୍ୟୁଡ ପ୍ରଡକସନ ଓ କାବେରୀ ଫିଲ୍ମ ଏ ରଟେନମେ ବ୍ୟାନରରେ ନିର୍ମିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ଡାହାଣୀର ସ୍ୱତନ୍ତ୍ର ସ୍କ୍ରିନିଂ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ୩୫ ମିନିଟ ଅବଧିର ଏହି ଚଳଚ୍ଚିତ୍ରଟି ଜଣେ ଆଦିବାସୀ ମହିଳାର ଅକୁହା କଥାକୁ ପରିପ୍ରକାଶ କରିଛି।

ସତ୍ୟବ୍ରତ ସାନୁ ରଥ ଏହି ଚଳଚ୍ଚିତ୍ରକୁ ପ୍ରଯୋଜନା କରିଥିବା ବେଳେ ଶୁଭସ୍ମିତା ଜେନା ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି। ଡାହାଣୀର ସାମାଜିକ ବାର୍ତ୍ତା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିବ ବୋଲି ନିର୍ଦ୍ଦେଶିକା ଶୁଭସ୍ମିତା ମତବ୍ୟକ୍ତ କରିଥିଲେ।

Comments are closed, but trackbacks and pingbacks are open.