Latest Odisha News

BREAKING NEWS

ବାରବାଟିରେ ଖେଳଯିବ ଭାରତ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି

କଟକ: ବାରବାଟିରେ ଜମିବ ଟି-ଟ୍ୱେଣ୍ଟି ମ୍ୟାଚ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଜୁନ ୧୨ ତାରିଖରେ ଏହି ମ୍ୟାଚ ରହିଛି । ମୋଟ୍ ୫ଟି ଟି-୨୦ ମ୍ୟାଚ ଖେଳିଯିବ ବୋଲି ସ୍ଥିର ହୋଇଛି । ଜୁନ୍ ୯ରୁ ଏହି ମ୍ୟାଚ ଆରମ୍ଭ ହୋଇ ଜୁନ ୧୨ରେ ଶେଷ ହେବ । ପ୍ରଥମ ମ୍ୟାଚ ଜୁନ ୯, ଦ୍ୱିତୀୟ ମ୍ୟାଚ ଜୁନ୍ ୧୨, ତୃତୀୟ ମ୍ୟାଚ ୧୪, ଚତୁର୍ଥ ମ୍ୟାଚ ଜୁନ୍ ୧୭ ଏବଂ ଅନ୍ତିମ ଟି ଟ୍ୱେଣ୍ଟି ମ୍ୟାଚ ଜୁନ ୧୯ରେ ଖେଳାଯିବ ବୋଲି ସୂଚନା ରହିଛି।

ବିସିସିଆଇ ଓସିଏକୁ ଏହି ସୂଚନା ଦେଇଛନ୍ତି । ଖୁବଶୀଘ୍ର ବିସିସିଆଇ ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା କରିବ ବୋଲି ସୂଚନା ରହିଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ପେବୃଆରୀରେ କଟକରେ ଟି-ଟ୍ୱେଣ୍ଟି ମ୍ୟାଚ ହେବ ବୋଲି କୁହାଯାଉଥିଲା କିନ୍ତୁ କୌଣସି କାରଣରୁ ଏହି ମ୍ୟାଚ ବାରବାଟୀରେ ହେବ ନାହିଁ ବୋଲି ଶେଷରେ ବାତିଲ ହୋଇଥିଲା।

Leave A Reply

Your email address will not be published.