ମହମ୍ମଦ ତଫିଜୁଲ ହୋସେନ
ଥକି ପଡ଼ି କୋହ ଗୁଡିକ
ବାଲିର ଚାଦର ଓଢି
କେଉଁ କାଳରୁ ଶୋଇ ପଡିଲେଣି
ବାଲିଝଡ଼ ଅସ୍ତବ୍ୟସ୍ତ କରିପାରିନି
ଭାବନାର ଶେଷ ଯାତ୍ରାକୁ
ମିଳେଇ ଗଲେଣି ଅସ୍ଥି ମଜ୍ଜା ସହ
ରାତି ପରେ ରାତି ଅସରନ୍ତି ରାତି
ଆକାଶରେ ଚମକୁଥିବା ତାରା ଆଉ
ଜହ୍ନର ଶୀତଳତା ମଧ୍ୟ ଅସହାୟ
ମାତ୍ର କିଛି ପଦ ଚିହ୍ନର ଅବଶିଷ୍ଟାଂଶ
ଅପେକ୍ଷା କରିଛନ୍ତି ଆକାଶକୁ ଚାହିଁ
କେଇ ବୁନ୍ଦା ବର୍ଷାକୁ ଅପେକ୍ଷା କରି
ଏକ ମାତ୍ର ଅଭିଳାଷ ସେମାନଙ୍କର
ଅଗ୍ନି ବିହିନ ଚିତାରେ ଜଳିଜଳି
ଚିରକାଳ ପାଇଁ ନିଶ୍ଚହ୍ନ ହେବାକୁ ।
ମହମ୍ମଦ ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର