ପ୍ରଣତି ତ୍ରିପାଠୀ
ଜରାୟୁରେ ଅଟକିଗଲା ପରି
ନାହିଁ ନାଡ଼ର ହଳଦିଆ ପତ୍ର,
ଆଖିରେ କାଲୁଆ ମାପୁମାପୁ
ଦରମରା ଓଠରେ ବି ସେବେ ଉଚ୍ଚାରଣ କରିବ
ଆଉ କେତେ ଘଡ଼ିକୁ ଜହ୍ନ
ମୁଁ ଜାଣେ ଗେଣ୍ଡା ଖୋଳପାର ଗାଢ଼ ଉଷୁମରେ ଶୋଭା ପାଏ ତୁମ ଜହ୍ନରାତି,
ଭାରି ଉଦାସିଆ, ବେତାଳିଆ ସେ ସ୍ମୃତିର ଫଟାମାଟି।
ସ୍ନାୟୁରେ ନଥିବ ବାସ୍ନାମୟ ପାହାନ୍ତି ନା ସେ ଦରଭଙ୍ଗା ସ୍ବପ୍ନ
ମନ କବାଟରେ ଏବେ ଧୂଳିର ସୂକ୍ଷ୍ମ ଆସ୍ତରଣ
ନା ଥୁବ ସେ ଶୁନ୍ ଶାନ୍ ଜହ୍ନରାତି
ନା ସେ ଛାଡି ଛଡେଇ ଆସିଥିବା ଲମ୍ବା ରାସ୍ତାର ଅଳ୍ପ ଛୁଆଁ କାତି।
ଏବେ ଦେହ ସାରା ସେ ଲାଲ ଶାଢ଼ୀର ହେମାଳ,
ଓଃ ଏବେ ଚିଠି ଖୋଲିବ କାହା ଆୟୁଷ ର ହସ୍ତାକ୍ଷରରେ।।
ସମ୍ପର୍କର ଦର୍ପଣ ଭାଙ୍ଗିବା ପୂର୍ବରୁ
ପଚାରିବାର ଥିଲା
ସେ ଗାଢ଼ ଗୋଲାପର ଉପହାର କାହାର.
ତମେ ତ ସ୍ଥିର, ନିଶ୍ଚଳ
ଉଡାଣକୁ ଶେଜ କରିବା ଯାଏଁ ଆଜି ଯାଏଁ ମୁଁ ହି ତୁମର
ଥାଉ ସେ ଦର ଆଉଜା ସକାଳ ଉନ୍ମୁକ୍ତ। ହଁ କିଛି ଥାଉ
ତୁମ ତା ଓ ମୋ ଭିତରେ
ଅବ୍ୟକ୍ତ, ଅବ୍ୟକ୍ତ !
ଗୋଠପାଟଣା, ଭୁବନେଶ୍ୱର
Comments are closed.