ରବି ପଣ୍ଡା
ଚାରିଆଡ଼େ କୋଳାହଳ କରୋନାର କରାଳ ଆତଙ୍କ
ମ୍ରୁତ୍ୟୁର ପରୱାନା ପରି, ମହାମାରୀ ଅଣାୟତ୍ତ ଭାରି
ଅଦ୍ରୁଶ୍ୟ କୋକୁଆ ଆସେ, ମହାକାଳ ସତେ ତାର ରୂପ
ଜୀବନଟା କେତେ ଶୂନ୍ଯସ୍ଥାନ, ଏବେ ଅବା ହୁଅଇ ପ୍ରତ୍ୟକ୍ଷ।
ଆପଣାର ଆର୍ତ୍ତନାଦ ମଣିଷକୁ କରୁଛି ସ୍ଥବିର, ନିଜେ ହିଁ
ବଞ୍ଚିବା ଆଗ, ଦୂରଦୂର ରକ୍ତଜାତ ଆତ୍ମୀୟ ସୋଦର
ପରସ୍ପର ଛକାଛକି, ସତେ ଅବା ଏଇଠି କରୋନା
ଛୁଇଁବା ତ’ ଦୂର କଥା, ପାଖକୁ ବି’ ଆସିବାକୁ ମନା ।
ଆସ୍ତେ ଆସ୍ତେ ଭାଙ୍ଗିଯାଏ, ଆସ୍ଥା ଆଉ ବିଶ୍ବାସର ଘର
କେତେଯେ ଅଳୀକ ଦେଖ, ଯେତେସବୁ ଆତ୍ମ ଅହଂକାର
ହାତରେ ମୁଠେଇ ଧରି ଜୀବନକୁ, ମଣିଷ ଧାଉଁଛି,
ଆଗରେ କରୋନା ଅବା ପଛରେ କରୋନା, କିଏ ବା ଦେଖୁଛି!!
ତଥାପି ମଣିଷ ଲଢେ, ଲଢି ଲଢି ଆସିଛି ଏ ଯାଏ
ହରେଇ ଦେଲେ ବି କିଛି, ବିଜୟଟା ନିର୍ଦ୍ଧାରିତ ଥାଏ।
କପିଳ ପ୍ରସାଦ , ଭୁବନେଶ୍ୱର
Comments are closed.