Latest Odisha News

BREAKING NEWS

Browsing Tag

Rabi Panda

ପୁସ୍ତକ ପରିଚୟ : ଗଛ ଓ ଅନ୍ୟାନ୍ୟ ଗଳ୍ପ

ଗଛ ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ବିନୋଦ ବିହାରୀ , କଟକ ମୂଲ୍ୟ : ୧୯୫ ଗଳ୍ପ ସଙ୍କଳନ କହିଲେ ଅନେକଗୁଡ଼ିଏ ଗଳ୍ପର ସମାହାରରେ ମୁଦ୍ରିତ ହୋଇଥିବା ପୁସ୍ତକ ବୋଲି ଆମ ମନ ଓ ମସ୍ତିଷ୍କରେ ଚିତ୍ରଟେ ଅଙ୍କିତ ହୁଏ  । କିନ୍ତୁ ଗାଳ୍ପିକ…

କବିତା : ବାଡ଼ି ପୋଖରୀ

ରବି ପଣ୍ଡା  ପ୍ରିୟ ମୋର ଭାରି ମୋ' ବାଡି ପୋଖରୀ, ତୁଠରେ ତା' ବସି ଖୋଜେ ହଜିଲା ବୟସ, ଅଭୁଲା ଅତୀତ, ଦେଖେ ତା'ପାଣିରେ ମୁହଁ ହତଶିରୀ ଆଜି ହତାଦର ଯୋଗୁଁ, କେମିତି ଦିଶୁଚି ସେ'ଯେ ! କାହାକୁ କୋଉଠି ପହଞ୍ଚାଇ ଦିଏ, ନିର୍ମମ ସମୟ ସୁଅ। ଦିନଥିଲା ଯେବେ, ତା'ଭରା ଛାତିରେ ଛୁଇଁ ଏକୂଳ…

କବିତା : ଯୁଦ୍ଧ

ରବି ପଣ୍ଡା ଚାରିଆଡ଼େ କୋଳାହଳ କରୋନାର କରାଳ ଆତଙ୍କ ମ୍ରୁତ୍ୟୁର ପରୱାନା ପରି, ମହାମାରୀ ଅଣାୟତ୍ତ ଭାରି ଅଦ୍ରୁଶ୍ୟ କୋକୁଆ ଆସେ, ମହାକାଳ ସତେ ତାର ରୂପ ଜୀବନଟା କେତେ ଶୂନ୍ଯସ୍ଥାନ, ଏବେ ଅବା ହୁଅଇ ପ୍ରତ୍ୟକ୍ଷ। ଆପଣାର ଆର୍ତ୍ତନାଦ ମଣିଷକୁ କରୁଛି ସ୍ଥବିର, ନିଜେ ହିଁ ବଞ୍ଚିବା…

କବିତା : ସ୍ୱପ୍ନ

ରବି ପଣ୍ଡା  ଆକାଶର ଅଗଣାରୁ ଉଙ୍କି ମାରେ କିଏ ଏ ରୂପସୀ ରୂପେଲୀ ପଣତ ତାର ଦିଗନ୍ତରୁ ଦିଗନ୍ତକୁ ଛୁଏଁ ମୁହେଁ ତା' ଝଲସୁଥାଏ ମାୟାବିନୀ ଝକମକି ହସ କଥାକୁହା ଆଖିରେ ସେ ଅକୁଣ୍ଠିତ ଆମନ୍ତ୍ରଣ ଦିଏ। କୃଷ୍ଣଚୂଡ଼ା ଠିଆ ଥାଏ, ଡାଳେଡାଳେ ପେନ୍ଥା ପେନ୍ଥା ଫୁଲ ଛାତିରେ ଛାତିଏପ୍ରେମ,…

ଗଳ୍ପ : ତଥାପି ଅଛି

ରବି ପଣ୍ଡା  ବେଶ୍ କିଛିଦିନ ଧରି ନିଷିଦ୍ଧ ଓ ନିଷ୍କ୍ରିୟ ହେଇ ପଡିଥିବା କଲିଂବେଲ ହଠାତ ଜଣାଇ ଦେଲା କେହି ଜଣେ ଆଗନ୍ତୁକ ଦୂଆରେ। ସେ ଗାଧୋଇ ବାହାରି ଥିଲେ। ପତ୍ନୀ ଥିଲେ ଠାକୁର ଘରେ। ଦେଖତ .. ମୁଁ ପୂଜା କରୁଚି। ତାଙ୍କ ସ୍ୱରରେ କିଞ୍ଚିତ ବିସ୍ମୟର ଆଭାସ ଥିଲା। ସେ ହଉ କହି କବାଟ ଫିଟାଇ…

କବିତା : ଉତ୍ତରାଧିକାର

ରବି ପଣ୍ଡା  ମୋ ଥାକରେ ଖଣ୍ଡେ ବହି ଅଛି ଦେଇଥିଲେ ବାପା , ତାଙ୍କୁ ତାଙ୍କ ବାପା ଜେଜୀପାଙ୍କୁ ତାଙ୍କ ବାପା। ସେ ବହିକୁ ମୁଁ ଦୁର୍ମୂଲ୍ୟ ସମ୍ବଳ ଭଳି ମୁଁ ସାଇତିଛି, ଦେହରେ ମନରେ ଗୋଟେ ଅପୂର୍ବ ସ୍ପନ୍ଦନ ମୁଁ ଅମଜେଇଛି, ଯେତେବେଳେ ତାକୁ ଛୁଇଁଚି ପୃଷ୍ଠା ରେ ପୃଷ୍ଠାରେ ପାଇଛି…

କବିତା : ରାଧା

ରବି ପଣ୍ଡା ଛାଡି ଆସିଲିଣି ଅନେକ ଦିନରୁ କଅଁଳ ବୟସ ମନ ନିଦାଘ ଋତୁର କାମନା ଆତୁର ଅତୃପ୍ତ ଯଉବନ। ରୁପମଞ୍ଜୁଳ ଏବେ ପାଂଶୁଳ ବୟସର କଳାଦାଗ ଭରିଦେଲାଣି ମୋ' ଦେହରେ ଦେହରେ ଜରାଜର୍ଜର ଭୋଗ। ପାଦତଳ ମାଟି ପରିତ୍ୟକ୍ତ ଏବେ କଳଙ୍କର ମୁହିଁ ପ୍ରତିମା ନାଇଁତ ଯମୁନା ନାଇଁ…

କବିତା : ଲୁହ

ରବି ପଣ୍ଡା ହୃଦୟର କେଉଁ କୋଣେ ଛପିଥାଏ ସୁକୁମାର ଅଂଶ ଆବେଗର ଆବେଶରେ ଶିହରଣ ଖେଳିଯାଏ ସେଠି ସତେ ଏତେ ସମ୍ବେଦନା ଭରିଥାଏ ଲାଜକୁଳୀ ପରି ଟିକିଏ ନରମ ଛୁଆଁ ସାରିଦିଏ ତା' ସହନ ଶକ୍ତି। ଛଳ ଛଳ ହୁଏ ଆଖି ଟଳଟଳ ଲୁହ ଦୁଇ ବୁନ୍ଦା ଟପ ଟପ ଝରିପଡ଼େ ଯେମିତିକି ଫାଟିଯାଏ ଛାତି କୋଉଠୁ ଉଠାଏ…