Latest Odisha News

BREAKING NEWS

କବିତା : ଫଗୁଣର ଦୁଇଟି ସ୍କେଚ୍

ରାଜଲକ୍ଷ୍ମୀ ତ୍ରିପାଠୀ 

କିଛି ଦୃଶ୍ୟ:

ଆକାଶକୁ ବେଢାଇଛି
ଅସଂଖ୍ୟ ବର୍ଣ୍ଣାଳୀ
ରଙ୍ଗର ଏ ଯେତେ ସବୁ ମାୟା
କିଏ ସେହି ମାୟାଧର !
ବଡ଼ ଧୁରନ୍ଧର ଯିଏ ମାୟା ରଚିବାରେ ,
କ୍ଷଣିକ ଚପଳଛନ୍ଦ ତା’
ବିଦ୍ୟୁତ ରଙ୍ଗ ର
ସ୍ବଚ୍ଛ ହେଉ କି ଅନଳ
ନୀଳ ଅବା ଲୋହିତ
ଏତେ ସବୁ ରଙ୍ଗରେ ବି
ଥାଏ କେତେ ବିଭୀଷିକା ନିର୍ଦ୍ଦୟତା
ଆତୁରତା ଆଉ ଆକୁଳତା !!

କିଛି ଅଦୃଶ୍ୟ:

ହାତରେ ଅବିର ମୁଠାଏ ଧରି
କିଏ ଚାଲେ ସେଠି
କୃଷ୍ଣ ପାଦ ଅନୁସରି
ଘନ ଘୋର ଅନ୍ଧାର ରାତିରେ!
କାନ୍ଧରେ ଦୋଳବିମାନ
ପଥ ତାର ବେଣୁଦୀକ୍ଷା
ମନ ଆଙ୍କେ ବୃନ୍ଦାବନ
ହସନ୍ତି ମନମୋହନ,
ଚିର ବସନ୍ତର କୋଳେ
ପୁଲକିତ ନିଧିବନ ।

Leave A Reply

Your email address will not be published.